ଯୁବ ଶିକ୍ଷକଙ୍କ ପରଲୋକ

Get real time updates directly on you device, subscribe now.

କର୍ଲାମୁଣ୍ଡା,(ବି.ବି.ନୁ୍ୟଜ): କର୍ଲାମୁଣ୍ଡା ବ୍ଲକର ରିଷିଡ଼ାର ଯୁବଶିକ୍ଷକ ତଥା ଅଭିନେତା ଓ କ୍ରୀଡାବିତ ବୃହସ୍ପତି ଭୋଇ(୪୫)ଙ୍କ ପରଲୋକ ହୋଇଛି । ସେ କରୋନାରେ ଆକ୍ରାନ୍ତ ଥିଲେ । କିଛିଦିନ ତଳେ ସେ ଅସୁସ୍ଥତା ଅନୁଭବ କରିବାରୁ ବିଶାଖାପାଟନାକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ପଜିଟିଭ ଚିହ୍ନଟ ହୋଇଥିଲେ । ୩ ତାରିଖ ଦିନ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଗତ ରାତିରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଆଜି ବ୍ରହ୍ମପୁରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ବଡ଼ପୁଅ ଆଲୋକ ମୁଖାଗ୍ନି ଦେଇଥିଲେ । ୨ ମାସ ତଳେ ତାଙ୍କ ପିତାଙ୍କ ବିୟୋଗ ହୋଇଥିଲା । ସେ ଏହି ବ୍ଲକର ଟେଟେଙ୍ଗପଦର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାକତା କରୁଥିଲେ । ତାଙ୍କ ବିୟୋଗରେ ବାକ ପ୍ରାଥମିକଶକ୍ଷକ ସଂଘ ସଭାପତି ବସନ୍ତ ମିଶ୍ର, ଉପସଭାପତି ବିଭୂତି ଭୂଷଣ ସେଠ, ସଂପାଦକ ସୁଦର୍ଶନ ସାହୁ, ପୂର୍ବତନ ବ୍ଲକ ସଭାପତି ଅଶୋକ ତ୍ରିପାଠୀ, ପୂର୍ବତନ ବ୍ଲକ ସଂପାଦକ ଉଜ୍ଜଳ ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶୋକପ୍ରକାଶ କରିଥିଲେ । ତାଙ୍କ ଅକାଳ ନିଧନରେ କର୍ଲାମୁଣ୍ଡା ପ୍ରେସ କ୍ଲବ, ରାଧାକୃଷ୍ଣ ସାଂସ୍କୃତି ସଂସଦ, ରାମକୃଷ୍ଣ ସାଂସ୍କୃତି ସଂସଦ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons