ଯୋଜନାବଦ୍ଧ ଭାବେ ମଦ ଦୋକାନ କର୍ମଚାରୀଙ୍କୁ ହତ୍ୟା!

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ବୁ୍ୟରୋ): ମୋ ଭାଇ ଅମିନ ସେଠୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ପାରିପାଶ୍ୱର୍ିକ ସ୍ଥିତିକୁ ଦେଖିଲା ପରେ ହତ୍ୟାକାରୀ ଗୋପିଆକୁଦ ସ୍ଥିତ ସରକାରୀ ଲାଇସେନ୍ସପାପ୍ତ ଦେଶୀ ମଦ ଦୋକାନର ପରିଚାଳକ ଶରତ ନାୟକ, ତାଙ୍କ ପୁତୁରା ପ୍ରକାଶ ନାୟକ ଓ ଉକ୍ତ ଦୋକାନର ସହକାରୀ ସେଲ୍ସମ୍ୟାନ୍ ଖୁଚୁରା ସେଠୀ ବୋଲି ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅଭିଯୋଗ କରିଛନ୍ତି ମୃତ ଅମିନଙ୍କ ଭାଇ ଫକିର ସେଠୀ । ଏମାନେ ଅମିନଙ୍କୁ ହତ୍ୟା କରିବା ପରେ ରେଳ ଧାରଣାରେ ପକାଇ ଦେଇଛନ୍ତି ବୋଲି ଜଗତସିଂହପୁର ଅତିରିକ୍ତ ଏସ୍ପି ବିଶ୍ୱନାଥ ମିଶ୍ରଙ୍କୁ ଭେଟି ଫକିର ଲିଖିତ ଅଭିଯୋଗ କରିଛନ୍ତି । ଫକିରଙ୍କ ସହ ଆଉ କିଛି ଗ୍ରାମବାସୀ ଆଜି ଏସ୍ପିଙ୍କ ଦପ୍ତରରେ ପହଞ୍ଚି ଘଟଣାର ନିରପେକ୍ଷ ତଦନ୍ତ ସହ ହତ୍ୟାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଦାବି କରିଥିଲେ । ଏଣେ ଅଭିଯୋଗ ପତ୍ରକୁ ପୁଲିସ ମୁଖ୍ୟାଳୟରୁ ତିର୍ତ୍ତୋଲ ଥାନାକୁ ପଠାଇ ଦିଆଯାଇଛି । ତିର୍ତ୍ତୋଲ ପୁଲିସ ମଧ୍ୟ ଏହା ଉପରେ ମାମଲା ରୁଜୁ କରିବ ବୋଲି ସ୍ପଷ୍ଟ କରିଛନ୍ତି ଏସ୍ଡିପିଓ ଦୀପକ ରଞ୍ଜନ ଜେନା ।

ପ୍ରଥମରୁ ହିଁ ତିର୍ତ୍ତୋଲ ପୁଲିସ ଏହି ମାମଲାକୁ ଗୁରୁତ୍ୱ ପ୍ରଦାନ କରି ନ ଥିଲେ । ଏମିତିକି ରେଳ ଧାରଣା ପାଶ୍ୱର୍ରେ ଅମିନଙ୍କ ମୃତଦେହ ପଡ଼ିଥିବା ଖବର ପାଇବା ପରେ ବି ତିର୍ତ୍ତୋଲ ପୁଲିିସ ଏହା ରେଳବାଇ ପୁଲିସର କାମ କହି ହାଲୁକା ହୋଇ ବସିପଡ଼ିଥିଲେ । ଯାହା ଫଳରେ ମୃତକଙ୍କ ପରିବାର ଲୋକେ ମଧ୍ୟ ବେଶ ବିଳମ୍ବରେ ଏଭଳି ଅଘଟଣ ବିଷୟରେ ଖବର ପାଇଥିଲେ । ଏଣେ ଖବର ପାଇବା କ୍ଷଣି କିଛି ଗ୍ରାମବାସୀଙ୍କ ସହ ମୃତ ଅମିନଙ୍କ ଭାଇ ଫକିର ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମୃତଦେହ ସେଠାରେ ନ ଥିଲା । ଅନ୍ୟ କିଛି ଉପାୟ ନ ପାଇ ଫକିର ଓ ଅନ୍ୟମାନେ ତିର୍ତ୍ତୋଲ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ । ହେଲେ ତିର୍ତ୍ତୋଲ ପୁଲିସ ଏତଲା ଗ୍ରହଣ କରିବା ପରିବର୍ତ୍ତେ ରେଳବାଇ ପୁଲିସ ମୃତଦେହ ନେଇ ଯାଇଥିବା କହି ଫେରାଇ ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ‘ମୋ ସରକାର’ କାର୍ଯ୍ୟକ୍ରମ ବଳବତ୍ତର ଥିବା ବେଳେ ତିର୍ତ୍ତୋଲ ପୁଲିସର ଏଭଳି ଆଚରଣରେ ଅସନ୍ତୁଷ୍ଟ ହୋଇ ଫକିର ଓ ଅନ୍ୟମାନେ କଟକ ଆସି ମୃତଦେହର ବ୍ୟବଚ୍ଛେଦ କରାଇଥିଲେ । ପରେ ଅର୍ଥାତ ଗତକାଲି ରାତିରେ ଅମିନଙ୍କ ଦାହ ସଂସ୍କାର କରାଯାଇ ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏତଲା ଦେବାକୁ ବାଧ୍ୟ ହେଲୁ ବୋଲି ଫକିର କହିଛନ୍ତି ।

ଜଗତସିଂହପୁର ଥାନା ଯଶୋବନ୍ତପୁର ପଞ୍ଚାୟତ ଅନ୍ତର୍ଗତ ରସଲପୁର ଗ୍ରାମର ଅମିନ ସେଠୀ ଦୀର୍ଘ ବର୍ଷ ଧରି ତିର୍ତ୍ତୋଲ ଗୋପିଆକୁଦ ସ୍ଥିତ ସରକାରୀ ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଦୋକାନରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ତେବେ ଗତ ୨୦ ତାରିଖ ବିଳମ୍ବିତ ରାତ୍ରିରେ ଅମିନଙ୍କୁ ହତ୍ୟା କରାଯାଇ ନିମକଣା ରେଳଲାଇନ୍ ପାଶ୍ୱର୍ରେ ଫିଙ୍ଗି ଦିଆଯାଇ ଆତ୍ମହତ୍ୟାର ରୂପ ଦେବାକୁ ଅପଚେଷ୍ଟା କରାଯାଇଛି । ହତ୍ୟାକାଣ୍ଡ ସଙ୍ଗଠିତ ପୂର୍ବରୁ ଅର୍ଥାତ ଗତ ୨୦ ତାରିଖ ଦିନ ୨ଟା ସମୟରେ କର୍ମଚାରୀ ଅମିନ ମଦ ଦୋକାନରୁ ବିକ୍ରି ୫ ଲକ୍ଷ ୫୬ ହଜାର ଟଙ୍କା ଧରି ଏକ ବାଇକ ଯୋଗେ ବାଲିକୁଦାର ଏକ ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ । ମଦ ଦୋକାନ ପରିଚାଳକ ଶରତ ନାୟକଙ୍କ ଘର ବାଲିକୁଦା ହୋଇଥିବାରୁ ସେଇ ନିକଟସ୍ଥ ବ୍ୟାଙ୍କରେ ଏହି ଟଙ୍କା ଜମା କରିବାକୁ ଯିବା ସମୟରେ ତୁଳଙ୍ଗ ନିକଟରେ ଅମିନଙ୍କୁ ବନ୍ଧୁକ ଦେଖାଇ ଦୁଇ ଜଣ ଦୁର୍ବୃତ୍ତ ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟି ନେଇ ଯାଇଥିଲେ । ଏସଂପର୍କରେ ଅମିନ ତିର୍ତ୍ତୋଲ ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ତିର୍ତ୍ତୋଲ ପୁଲିସ ଅମିନଙ୍କୁ ଧରି ତୁଳଙ୍ଗ ଯାଇଥିଲେ । ଅପରାହ୍ନରେ ପ୍ରାଥମିକ ଛାନ୍ଭିନ୍ ପରେ ଅମିନଙ୍କୁ ଗୋପିଆକୁଦ ମଦ ଦୋକାନ ପାଖରେ ରହିଥିବା ଘର ନିକଟରେ ଛାଡ଼ି ଦିଆଯାଇଥିଲା । ତେବେ ୨୦ ତାରିଖ ରାତି ୧୧ଟାରେ ଅମିନ୍ ନିଜ ଘର ରସଲପୁରକୁ ଫୋନ୍ କରିଥିଲେ । ଅନ୍ୟତମ କର୍ମଚାରୀ ଖୁଚୁରା ସେଠୀଙ୍କ ଫୋନ୍ରେ ହିଁ ଅମିନ ଘର ଲୋକଙ୍କ ସହ କଥା ହୋଇଥିଲେ । କିନ୍ତୁ କଥାବାର୍ତ୍ତା ବେଳେ ଷଡ଼ଯନ୍ତ୍ର ଚାଲିଥିବା ଅମିନ ଘର ଲୋକଙ୍କୁ ଜଣାଇଥିଲେ । ଏତିକି କହି ଆସିବା ପରେ ହିଁ କେହି ଯେମିତି ଅମିନ ଠାରୁ ମୋବାଇଲ ଫୋନ୍ ଛଡ଼ାଇ ନେଇଥିବା ଭଳି ମନେ ହୋଇଥିଲା ।
କଥା ଛିଡ଼ି ନ ଥିବା ହେତୁ ମନରେ ସନେ୍ଦହ ହେବାରୁ ଗତ ୨୧ ତାରିଖ ଭୋରୁ ମଦ ଦୋକାନ ପାଖ ଘରକୁ ଛୁଟି ଆସିଥିଲେ ଭାଇ ଫକିର । ମାତ୍ର ସେ ସମୟରେ ମଦ ଦୋକାନ ପାଖରେ କେହି ନ ଥିଲେ । କିନ୍ତୁ ଘର ଓ ବାହାର ଅଂଶ ପାଣିରେ ଧୂଆ ହୋଇଥିଲା । ବାଧ୍ୟ ହୋଇ କର୍ମଚାରୀ ଖୁଚୁରା ସେଠୀଙ୍କୁ ଫୋନ୍ କରିବା ପରେ ଭାଇ ଅମିନ ରାତି ୩ଟାରୁ ଗାଏବ ହୋଇଯାଇଥିବା ଖୁଚୁରା ତାଙ୍କୁ ଜଣାଇଥିଲେ । ପରେ ଖୁଚୁରା ଫକିରଙ୍କୁ ଫେରିଯିବାକୁ ପରାମର୍ଶ ଦେଇଥିଲେ । ତେବେ ଜଗତସିଂହପୁର ଫେରି ଆସିବା ପରେ ପୁଣି ଦିନ ୧୧ଟା ସୁଦ୍ଧା ଖୁଚୁରାଙ୍କ ଫୋନ୍ କଲ୍ ଆସିଥିଲା । ଆଉ ଫୋନ୍ରେ ଖୁଚୁରା ସେଠୀ ଭାଇ ଅମିନଙ୍କ ମୃତଦେହ ରେଳଧାରଣ କଡ଼ରେ ପଡ଼ିଥିବା ଜଣାଇଥିଲେ । ତେବେ ଫକିର ଓ ପଞ୍ଚାୟତର କିଛି ଲୋକ ଘଟଣାସ୍ଥଳକୁ ଯିବା ପୂର୍ବରୁ ମୃତଦେହ ସେଠାରୁ ଉଠାଇ ନିଆଯାଇଥିଲା । ତେଣୁ ତିର୍ତ୍ତୋଲ ପୁଲିସ ଆଉ ଧରାଛୁଆଁ ଦେଇନଥିଲେ କି ମୃତଦେହ କିଭଳି ଓ କେଉଁ ଅବସ୍ଥାରେ ପଡ଼ି ରହିଥିଲା ତାହା ଜାଣିବା ସମ୍ଭବ ହୋଇନଥିବା ପୁଲିସରେ ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ ଫକିର ।
ଅପରପକ୍ଷେ ମାମୁଲି ବାଡ଼ିଆପିଟା ଘଟଣାରେ ତିର୍ତ୍ତୋଲ ପୁଲିସ ବେଶ ତପôରତା ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଉଛି । କିନ୍ତୁ ଗତକାଲି ନିମକଣା ରେଳବାଇ ଲେବଲ କ୍ରସିଂର କିଛି ଦୂରରେ ଅମିନଙ୍କ ମୃତଦେହ ଠାବ କରାଯିବା ପରେ ବି ତିର୍ତ୍ତୋଲ ପୁଲିସ ପ୍ରାଥମିକ ଅନୁସନ୍ଧାନ ନ କରିବା ‘ମୋ ସରକାର’ କାର୍ଯ୍ୟକ୍ରମ ପ୍ରତି ତାତ୍ସଲ୍ୟ ବୋଲି ରସଲପୁର ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଆସନ୍ତାକାଲି ‘ମୋ ସରକାର’ ଓ ୫-ଟିର ସମୀକ୍ଷା କରିବାକୁ ଜିଲ୍ଲା ଗସ୍ତରେ ଆସୁଛନ୍ତି ସଚିବ ପ୍ରଦୀପ ଜେନା । ତେଣୁ ଶ୍ରୀ ଜେନା ଏହି ମାମଲା ଉପରେ ଖୋଳତାଡ଼ କରିବା ନିହାତି ଜରୁରି ବୋଲି ସହରରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଏଣେ ଏସ୍ପି ପ୍ରକାଶ ରଙ୍ଗରାଜ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲମ୍ବା ଛୁଟିରେ ଥିବାରୁ ତିର୍ତ୍ତୋଲ ପୁଲିସ ଏହି ସମ୍ବେଦନଶୀଳ ମାମଲାକୁ କେତେ ଗୁରୁତ୍ୱ ପ୍ରଦାନ କରିବେ ତାହାକୁ ନେଇ ସନେ୍ଦହ ପ୍ରକାଶ ପାଇଛି । ଏଣେ ଅମିନଙ୍କ ମୃତୁ୍ୟ ପରେ ଲୁଟ୍ କେସ୍ର ଗତି କୁଆଡ଼କୁ ଯିବ ତାହା ମଧ୍ୟ ଜାଣି ହେଉ ନାହିଁ । ସେହିପରି ମଦ ଦୋକାନରେ ଦେଶୀ ମଦ ପ୍ରକୃତରେ ଏତେ ଟଙ୍କାର ବିକ୍ରି ହେଉଥିଲା ନା ନାହିଁ ତାହା ମଧ୍ୟ ଏବେ ଯାଏ ପୁଲିସ ପକ୍ଷରୁ ଅନୁସନ୍ଧାନ କରାଗଲା ନାହିଁ । ଏସବୁ ଦୃଷ୍ଟିକୋଣରୁ ଅମିନଙ୍କ ରହସ୍ୟଜନକ ମୃତୁ୍ୟ ଓ ଲୁଟ୍ ଘଟଣାର ତଦନ୍ତ ତିର୍ତ୍ତୋଲ ପୁଲିସ ପରିବର୍ତ୍ତେ କ୍ରାଇମବ୍ରାଞ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହିଥିବା ଚର୍ଚ୍ଚାର ପରିଧିକୁ ଆସିଛି । କାରଣ ଏହା ଭିତରେ ଅନ୍ୟ କିଛି ମଦ ଦୋକାନ କର୍ମଚାରୀଙ୍କ ଆକସ୍ମିକ ମୃତୁ୍ୟ ଘଟି ସାରିଛି । ଏହାଛଡ଼ା ପଙ୍କପାଳ ମଦ ଦୋକାର କର୍ମଚାରୀ ଉଲ୍ଲାସ ଜେନାଙ୍କୁ ଜିଅଁନ୍ତା ଜାଳି ଦିଆଯାଇଥିଲା । ଘଟଣାକୁ ତିନି ବର୍ଷ ବିତିଗଲା, ହେଲେ କ୍ରାଇମବ୍ରାଞ୍ଚ ଏହା ଉପରେ ନିଦା ବିଷ୍ଣୁ ଭଳି ବସି ରହିଥିବା ମୃତକଙ୍କ ଭାଇ ଉମେଶ କୁମାର ଜେନା ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons