ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାର ବିପର୍ଯ୍ୟୟ ପରିଚାଳନାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ୱେବିନାର ରେକର୍ଡ କରିଛି । ଏଥିରେ ପ୍ରାୟ ୨ଲକ୍ଷ ୩୩ହଜାର ଅଧିକ ଲୋକ ଯୋଡି ହୋଇଥିବା ଫେସବୁକ୍ ଡାଟାରୁ ଜଣାପଡିଛି । ଲକ୍ଷେରୁ ଅଧିକ ଲୋକ ଏହାର ପ୍ରସାରଣ ଦେଖିଛନ୍ତି ।
ଏହି ୱେବିନାରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାଶ, ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଓ ସାଂସଦ ଅଚୁ୍ୟତ ସାମନ୍ତ, ବ୍ୟୋମକେଶ ରାୟ, ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରି, ଛାତ୍ର ଜନତା ଦଳ ସଭାପତି ରାଣାପ୍ରତାପ ପାତ୍ର, କରୋନାକୁ ହରାଇଥିବା ଆଇନଜୀବୀ ବିଜୟ ଦାଶ, ଡା. ଆଶୁତୋଷ ମହାପାତ୍ର, ଉ+ଳ ବିଶ୍ୱବିଦ୍ୟାଳୟର ବ୍ରହ୍ମାନନ୍ଦ ଶତପଥୀ, ଅଷ୍ଟେ୍ରଲିଆରୁ ଡା. ନଳିନୀ ପତି ଓ ଲଣ୍ଡନରୁ ଲଲାଟେନ୍ଦୁ ଦାଶଙ୍କ ସମେତ ଅନେକ ବିଶେଷଜ୍ଞ ୱେବିନାରରେ ସାମିଲ ହୋଇଥିଲେ । କରୋନା ମୁକାବିଲା ପାଇଁ ସରକାର ନେଇଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ ।
ୱେବିନାର ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପ୍ରଦର୍ଶନ ହୋଇଥିଲା । ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା କମ୍ । ରାଜ୍ୟ ସରକାରଙ୍କ କରୋନା ବିରୋଧୀ ପଦକ୍ଷେପ ପାଇଁ ଏହା ସମ୍ଭବ ହୋଇଛି ବୋଲି ସେ କହିଥିଲେ ।
ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶରେ ଆରମ୍ଭ ହୋଇଥିବା ପ୍ଲାଜ୍ମା ଚିକିତ୍ସା ଲୋକଙ୍କ ଜୀବନ ରକ୍ଷା କରିପାରୁଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଠିକଣା ସମୟରେ ନେଇଥିବା ପଦକ୍ଷେପ ଯୋଗୁ ରାଜ୍ୟରେ କରୋନା ନିୟନ୍ତ୍ରଣକୁ ଆସିପାରିଛି ବୋଲି ଅଷ୍ଟେ୍ରଲିଆରୁ ଡା. ପତି କହିଥିଲେ ।
Comments are closed, but trackbacks and pingbacks are open.