ଯୋରରେ ବୁଡ଼ି ଦୁଇ ସାଙ୍ଗଙ୍କ ମୃତୁ୍ୟ

Get real time updates directly on you device, subscribe now.

ଚାନ୍ଦବାଲି, (ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ଅଂଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ସାଙ୍ଗ ହୋଇ ଯୋରକୁ ମାଛ ଧରିବାକୁ ଯାଇଥିବା ୨ ନାବାଳକ ଜୀବନ ହାରିଛନ୍ତି । ଉଭୟ ଚେତାଶୂନ୍ୟ ଅବସ୍ଥାରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ଚାନ୍ଦବାଲି ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ବାଂଶଡ଼ା ଥାନା ଅନ୍ତର୍ଗତ ଜଳେଶ୍ୱରପୁର ପଂଚାୟତ ନୂଆଗାଁ ଇଛାପୁର ଗାଁର ଧନେଶ୍ୱର ମହାଳିକଙ୍କ ପୁଅ ଜଗା(୧୨) ଏବଂ ନାଲଗୁଣ୍ଡା ପଂଚାୟତ ଇଟୁଆ ଗାଁର ବେଣୁଧର ଓରଫ ଆନନ୍ଦ ମହାଳିକଙ୍କ ପୁଅ ସୋମନାଥ(୧୦) ମଧ୍ୟାହ୍ନରେ ମତୋ ପରମାନନ୍ଦପୁର ବଇଦପୋଖରୀ ରାସ୍ତା କଡ଼ରେ ଥିବା ଯୋରକୁ ମାଛ ଧରିବାକୁ ଯାଇଥିଲେ । ଅତ୍ୟଧିକ ପାଣି ହେତୁ ୨ ନାବାଳକ ବୁଡିଯାଇଥିବା ସନେ୍ଦହ କରାଯାଉଛି । ଖୋଜାଖୋଜି ପରେ ଯୋରରେ ଉଭୟ ଭାସୁଥିବା ଦେଖି ତୁରନ୍ତ ଲୋକେ ଉଦ୍ଧାର କରି ଚାନ୍ଦବାଲି ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତର ୨ ନାବାଳକଙ୍କୁ ମୃତ ଘୋଷଣା କରିବା ପରେ ଡାକ୍ତରଖାନା ପରିସର କାନ୍ଦ ବୋବାଳିରେ ପୁରି ଉଠିଥିଲା । ଏହି ଘଟଣା ପରେ ଇଟୁଆ ଓ ଇଛାପୁର ଗାଁରେ ଶୋକର ଛାୟା ଖେଳି ଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons