ନୋଏଡା: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଛି। ଏକ କମ୍ପାନୀର ଜଣେ ବରିଷ୍ଠ ନିର୍ଦ୍ଦେଶକ ବୋର୍ଡ ମିଟିଂରେ ଅନ୍ୟ ୨ ନିର୍ଦ୍ଦେଶକଙ୍କୁ ଗୁରୁବାର ଗୁଳି କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ୟୁପି ଟେଲିଲିଙ୍କସ୍ ଲିମିଟେଡର ନିର୍ଦ୍ଦେଶକ ପ୍ରଦୀପ ଅଗ୍ରଓ୍ୱାଲ କମ୍ପାନୀର ଅନ୍ୟ ୨ ନିର୍ଦ୍ଦେଶକଙ୍କୁ ଗୁଳି କରିଥିଲେ। ମୃତକମାନେ ହେଲେ ନରେଶ ଓ ରାକେଶ। ଏନେଇ ଗ୍ରେଟର ନୋଏଡାର ଡିସିପି ହରୀଶ ଚନ୍ଦ୍ର ସୂଚନା ଦେଇଛନ୍ତି।
ପ୍ରଥମେ ପ୍ରଦୀପ ୨ଜଣ ସହକର୍ମୀଙ୍କୁ ଗୁଳି କରିବା ପରେ ନିଜକୁ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଥିଲେ। ଏହି ଘଟଣା ଦିଲ୍ଲୀରୁ ୬୦ କିମି ଦୂର ବଦଲାପୁର ଅଞ୍ଚଳରେ ଘଟିଛି। ଏମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବା ବେଳେ ଆଉଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୩ଜଣ ନିର୍ଦ୍ଦେଶକଙ୍କ ମଧ୍ୟରେ ବୋର୍ଡ୍ ମିଟିଂରେ କୌଣସି ବଚସା ହୋଇଥିଲା। ଯାହାର ପରିଣାମ ସ୍ୱରୂପ ଏହା ଘଟିଛ ବୋଲି ପୋଲିସ କହିଛି।
ୟୁପି ଟେଲିଲିଙ୍କସ୍ ଲିମିଟେଡ୍ କମ୍ପାନୀ ୧୯୮୪ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହା ତାର, କେବୁଲ ଓ ବ୍ୟାଟେରୀ ଚାଳିତ ଗାଡି ଆଦି ତିଆରି କରିଥାଏ। କମ୍ପାନୀର ଗାଜିଆବାଦ ଓ ରୁଦ୍ରପ୍ରୟାଗରେ ମଧ୍ୟ ପ୍ଲାଣ୍ଟ୍ ରହିଛି।
Comments are closed, but trackbacks and pingbacks are open.