‘ରକ୍ଷଣଭାଗ, ଗୋଲ୍ ସ୍କୋର ଉପରେ ଗୁରୁତ୍ୱ’

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆଗାମୀ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ଖେଳିବା ପାଇଁ ଭାରତୀୟ ହକି ଦଳ ସମ୍ପ୍ରତି ଜୋରଦାର ପ୍ରସ୍ତୁତି ଚଳାଇଛି । ଆସନ୍ତା ମାସ ଭାରତୀୟ ଦଳ ଜାପାନ ଗସ୍ତ କରି ଚୂଡ଼ାନ୍ତ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳିବ । ଏହା ବ୍ୟତୀତ ଭରାତୀୟ ଦଳର ବେଲଜିୟମ୍ ଗସ୍ତ କାର୍ଯକ୍ରମ ମଧ୍ୟ ରହିଛି । ଅଗଷ୍ଟ ୧୭ରୁ ୨୧ ତାରିଖ ମଧ୍ୟରେ ରହିଛି ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ । ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଜାପାନ ଓ ମାଲେସିଆକୁ ଭେଟିବ । ଏହାପରେ ଭାରତ ବେଲଜିୟମ୍ ଗସ୍ତ କରି ସେପ୍ଟେମ୍ବର ମାସ ୨୩ରୁ ଅକ୍ଟୋବର ମାସ ୫ ତାରିଖ ମଧ୍ୟରେ ଏକ ସିରିଜ୍ ଖେଳିବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ମାସ ଶେଷ ସପ୍ତାହ କିମ୍ବା ନଭେମ୍ବର ମାସ ପ୍ରଥମ ସପ୍ତାହରେ ଚୂଡ଼ାନ୍ତ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।
ଭାରତୀୟ ଦଳର ଏହି ସବୁ ବ୍ୟସ୍ତପୂର୍ଣ୍ଣ କ୍ରୀଡ଼ାସୂଚୀ ରହିଥିଲେ ହେଁ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଦଳର ମୁଖ୍ୟ ଟାର୍ଗେଟ୍ ରହିବ । ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ଭାରତ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ରହିଛି । ବେଙ୍ଗାଲୁରୁ ସ୍ଥିତ ସାଇ ସେଣ୍ଟର ଠାରେ ଭାରତୀୟ ଦଳ ବର୍ତ୍ତମାନ ପ୍ରସ୍ତୁତି ଚଳାଇଛି । ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ତଥା ଦକ୍ଷ ଡିଫେଣ୍ଡର ଫର୍ଗୁସ କ୍ୟାଭାନା ୭ଦିନିଆ ଗସ୍ତରେ ଭାରତ ଆସି ଦଳର ରଣକ୍ଷ ଭାଗକୁ ସୁଦୃଢ କରିବାର ଉପାୟ ବତାଇଛନ୍ତି । ଏହା ବ୍ୟତୀତ ଦଳର ଗୋଲ୍ ସ୍କୋର ଦକ୍ଷତା ବଢାଇବା ପାଇଁ ସ୍ୱତନ୍ତ୍ର ଅଭ୍ୟାସ କରାଯାଇଛି । ଦଳର ପ୍ରସ୍ତୁତିରେ ସନ୍ତୁଷ୍ଟ ଥିବା ଅଧିନାୟକ ମନପ୍ରୀତ ସିଂହ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଅଭ୍ୟାସ ଶିବର ପ୍ରତ୍ୟେକ ଖେଳାଳିଙ୍କ ଦକ୍ଷତା ବଢାଇବାରେ ସହାୟକ ହୋଇଛି । ରଣକ୍ଷ ଭାଗରେ ରହିଥିବା ଦୁର୍ବଳତାକୁ ଆମେ ଦୂର କରିସାରିଛୁ । ଗୋଲ୍ ସ୍କୋର ଉପରେ ଏଣିକି ଗୁରୁତ୍ୱ ଦେଉଛୁ । ପ୍ରତିପକ୍ଷ ଦଳର ସର୍କଲରେ ପ୍ରବେଶ କରିବା ପରେ ଯଥା ସମ୍ଭବ ଅଧିକ ଗୋଲ୍ କରିବାକୁ ପ୍ରୟାସ କରିବୁ । ପେନାଲ୍ଟି କର୍ଣ୍ଣର ସଂଖ୍ୟା ବଢାଇବା ଆମର ପ୍ରଥମ କାର୍ଯ୍ୟ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons