ଭୁବନେଶ୍ବର: ରଙ୍ଗମାଟିଆ ଦୀପକ ବେହେରା ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଗିରଫ କରିଛି ।ପ୍ରତାପ ପରିଡା ଓ ତାର ସହଯାଗୀକୁ କଟକ ସଦର ଥାନା ଗୁଆଳି ଗାଁରୁ ଗିରଫ କରିଛି ପୋଲିସ ।ପୂର୍ବ ଶତୃତାରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ୧୦ ତାରିଖ ରାତିରେ ଦୀପକକୁ ଗୋଡାଇ ଗୋଡାଇ ହାଣିଥିଲେ ଦୁର୍ବୃତ୍ତ ।
ରଙ୍ଗମାଟିଆରେ ଥିବା ଏକ ଇଂରାଜୀ ମାଧ୍ୟମ ସ୍କୁଲ ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିଲା । ମୃତ ଯୁବକଙ୍କ ନାଁଦୀପକ ବେହେରା ଓରଫ ନଣ୍ଡା । ତାଙ୍କ ଘର ରଙ୍ଗମାଟିଆ ତଳସାହିରେ ।
ଗୁରୁତର ଅବସ୍ଥାରେ ନଣ୍ଡାଙ୍କୁ ପୁଲିସ ଉଦ୍ଧାର କରି ଏକ ଘରୋଇ ହସପିଟାଲ୍ରେ ଭର୍ତ୍ତି କରିଥିଲା । ତେବ ସେଠାରେ ନଣ୍ଡାଙ୍କର ମୃତ୍ୟୁ ହୋଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁତିଲା। ତିନିମାସ ତଳେ ମଧ୍ୟ ନଣ୍ଡାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା ।
Comments are closed, but trackbacks and pingbacks are open.