ରଣପୁର ରଥଯାତ୍ରା: ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭିଡ଼

Get real time updates directly on you device, subscribe now.

ରଣପୁର, (ବି.ବି.ନ୍ୟୁଜ୍): ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁରରେ ଆଜି ବାହୁଡ଼ା ଦ୍ୱିତୀୟ ଦିନରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଆଜି ପୂର୍ବହ୍ନ ୧୧ଟାରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଯାଇଥିଲା । ଦିନ ୧୨ ଟାରେ ସିଂହଦ୍ୱାର ନିକଟରେ ବଳଭଦ୍ରଙ୍କ ରଥ ପହଞ୍ôଚଥିଲା । ଅପରାହ୍ନ ୩ଟାରେ ସୁଭଦ୍ରାଙ୍କ ଦେବୀଦଳନ ରଥ ଟଣାଯାଇଥିଲା । ମାରୱାଡ଼ି ଗଳି ନିକଟରେ ରଥ ପହଞ୍ôଚବା ବେଳେ ସେଠାରେ ମା’ଙ୍କ ପାଖରେ ପଣାଭୋଗ କରାଯାଇଥିଲା । ଏହି ରଥକୁ ମହିଳାମାନେ ଟାଣିଥିଲେ । ଆଜି ପବିତ୍ର ହରିଶୟନ ଏକାଦଶୀରେ ରଣପୁର ବଡ଼ଦାଣ୍ଡ ଭକ୍ତମୟ ହୋଇଯାଇଥିଲା । ଦିନତମାମ ମେଘୁଆ ପାଗ ଯୋଗୁ ଦୂରଦୂରାନ୍ତରୁ ଭକ୍ତ ମାନେ ଛୁଟି ଆସିଥିଲେ । ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ଡୋରି ଦେଖିବାକୁ ମିଳିଥିଲା । ଆଜି ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଚାରମାଳ ବନ୍ଧାକୁ ନେଇ ସେବାୟତ ଓ ମନ୍ଦିର ପ୍ରଶାସନ ଭିତରେ ବିବାଦ ଦେଖାଦେଇଥିବାରୁ ଜଗନ୍ନାଥ ମନ୍ଦିର ସେବାୟତମାନେ ରଥ ଉପରକୁ ଚଢ଼ି ନଥିଲେ । ଫଳରେ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିଲା । ସୁରକ୍ଷା ଆଳରେ ପ୍ରଶାସନ ଟ୍ରେଜେରିରୁ ସୁନା ଅଳଙ୍କାର ବାହାର ନ କରିବାରୁ ତିନି ଠାକୁରଙ୍କୁ ରୁପା ବେଶରେ ସଜ୍ଜିତ କରାଯାଇଛି । ହସ୍ତ, ପାଦ, କିରଟି, ଶଙ୍ଖ, ଚକ୍ର, ଗଦା ସାଙ୍ଗକୁ ବିଭିନ୍ନ ଫୁଲରେ ଶ୍ରୀଜିଉମାନଙ୍କୁ ସଜା ଯାଇଥିବା ଦେଖିବାକୁ ମିଳିଛି । ମଧ୍ୟାହ୍ନରେ ବର୍ଷା ହୋଇଥିବା ବେଳେ ପରେ ଅନୁକୁଳ ପାଗ ଯୋଗୁଁ ଭକ୍ତଙ୍କ ସଂଖ୍ୟା ବଢ଼ିଥିଲା । ଦିନତମାମ ଶ୍ରଦ୍ଧାଳୁମାନେ ଶ୍ରୀଜିଉମାନଙ୍କୁ ଦର୍ଶନ କରିଥିଲେ । ସଂଧ୍ୟାରେ ଟାଉନ୍ କ୍ଲବ ଆନୁକୂଲ୍ୟରେ ପଞ୍ଚୁଦୋଳ ପଡ଼ିଆ ଠାରେ ନନ୍ଦିଘୋଷ ରଥ ସମ୍ମୁଖରେ ଓଡିଶାର ପ୍ରତିଷ୍ଠିତ କଳାକାର ଇରା ମହାନ୍ତି, ପିନାକି ନାୟକ, ଶ୍ରୀଚରଣ ଓ ସତ୍ୟନାରାୟଣ ମହାପାତ୍ର ପ୍ରମୁଖ କଣ୍ଠ ଶିଳ୍ପୀମାନଙ୍କୁ ନେଇ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରଥ ଚାରିପାଖରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ରବିବାର ଲକ୍ଷ୍ମୀନାରାୟଣ ଭେଟପାଇ କାର୍ଯ୍ୟକ୍ରମ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons