ରଥଖଳାରେ ପହଞ୍ଚିଲା ତୁମ୍ବ କାଠ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ମହାପ୍ରଭୁଙ୍କ ଘୋଷଯାତ୍ରା ପ୍ରସ୍ତୁତି ଜୋର୍ ଧରିଛି । ସୋମବାର ତୃତୀୟ ଦଫାରେ ୧୩ଟି ବଡ଼ ଫାସି କାଠ ଗଣ୍ଡି ପହଞ୍ଚିଛି । ନୟାଗଡ଼ ବନଖଣ୍ଡ ଏହି କାଠ ଗଣ୍ଡି ପଠାଇଛନ୍ତି । ଏହି ବଡ ଗୋଲେଇର ଫାସି କାଠରୁ ତିନି ରଥର ତୁମ୍ବ ନିର୍ମାଣରେ ବିନିଯୋଗ କରାଯିବ ବୋଲି ବିଶ୍ୱକର୍ମା କହିଛନ୍ତି ।
ତିନି ରଥରେ ମୋଟ ୪୨ଟି ଚକାର ତୁମ୍ବ ନିର୍ମାଣ କରାଯିବ । ଆଉ ଦିନକ ପରେ ଶ୍ରୀରାମ ନବମୀ । ଏହି ତିଥିରେ ରଥ କାଠ ଚିରଟ ଅନୁକୂଳ ପର୍ବ ହେବ । କଟକ ଖପୁରିଆସ୍ଥିତ ବନ ନିଗମ କରତକଳକୁ ଚିରଟ ଅନୁକୂଳ ପାଇଁ ଆବଶ୍ୟକ କାଠ ପହଞ୍ଚିଛି ।
ସୂଚନା ମୁତାବକ ତିିନି ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠ ଗଣ୍ଡି ଆବଶ୍ୟକ ପଡୁଛି । ବିଗତ ବର୍ଷର କାଠକୁ ବାଦ୍ ଦେଲେ ଚଳିତ ବର୍ଷ ମୋଟ ୭୯୬ ଗଣ୍ଡିର ଆବଶ୍ୟକତା ରହିଛି । ବର୍ତ୍ତମାନ ସୁଦ୍ଧା ୬୨ ଖଣ୍ଡ କାଠ ଗଣ୍ଡି ପୁରୀରେ ପହଞ୍ଚିଛି । ଏହା ବ୍ୟତୀତ ୩୦ରୁ ଅଧିକ କାଠ ଗଣ୍ଡି କଟକ ଖପୁରିଆ କରତକଳକୁ ପଠାଯାଇଛି । ଏହି ସମ୍ପର୍କରେ ଗତ ସପ୍ତାହରେ ଭିଡିଓ କନଫେରେନ୍ସ ବୈଠକ ବେଳେ ନୟାଗଡ଼ ଓ ବୌଦ୍ଧ ଡିଏଫଓ ସୂଚନା ଦେଇଥିଲେ । ଶ୍ରୀମନ୍ଦିର ଚନ୍ଦନଯାତ୍ରାର ରୂପରେଖ ନେଇ ଶ୍ରୀମନ୍ଦିର ପ୍ରଶାସନ ବୈଠକ ଡାକିଛି । ଆସନ୍ତା ଅକ୍ଷୟ ତୃତୀୟ ତିଥିରେ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ ଅନୁକୂଳ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons