ଭୁବନେଶ୍ୱର,(ବି.ବି.ବୁ୍ୟରୋ):ରଥଯାତ୍ରା ଏକ ଉତ୍ସବ ନୁହେଁ ଏକ ବିଧି । ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏଭଳି ଅଭିଯୋଗ କରିଛନ୍ତି । ଏକ ପ୍ରେସ୍ ବିବୃତ୍ତିରେ ନିରଞ୍ଜନ କହିଛନ୍ତି ଯେ, ରଥଯାତ୍ରା ପାଇଁ ଆଉ ଗୋଟିଏ ଦିନ ବାକି ଅଛି । ଏ ନେଇ ସର୍ବୋଚ୍ଚ ନ୍ୟାୟଳୟ ତାଙ୍କର ନିଷ୍ପତ୍ତି ଜଣାଇ ସାରିଛନ୍ତି । ରଥଯାତ୍ରାକୁ ଭକ୍ତଶୂନ୍ୟ କରି ସ୍ନାନପୂର୍ଣ୍ଣିମା ଭଳି ପାଳନ କରିବା ପାଇଁ ମନ୍ଦିର ପରିଚାଳନା କମିଟି ସରକାରଙ୍କୁ ଅବଗତ କରାଇଥିଲେ । ପ୍ରତ୍ୟେକ କଥାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ତାଳରେ ତାଳ ମିଶାଇ ନିଷ୍ପତ୍ତି ନେଉଥିଲା ବେଳେ କୋଟି କୋଟି ହୃଦୟର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ପବିତ୍ର ଘୋଷଯାତ୍ରା କାହିଁକି ବିଳମ୍ୱକରି ଅନ୍ଧାର ଭବିଷ୍ୟତ ଭିତରକୁ ଠେଲି ଦେଲେ ଏହା ସମସ୍ତଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Comments are closed, but trackbacks and pingbacks are open.