ପୁରୀ: ଇତିହାସର ପୁନରାବୃତ୍ତି ହେବ । ଜୁଲାଇ ୧୨ ତାରିଖରେ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା । ବିନା ଭକ୍ତରେ ପୂର୍ବବର୍ଷ ଭଳି ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଳନ ହେବ । ଏଭଳି ନିଷ୍ପତ୍ତି ରାଜ୍ୟ ସରକାର ନେଇଛନ୍ତି । ଏହି ଘୋଷଣା ପରେ ରବିବାର ଅନୁÂିତ ୱେବିନାର ଛତିଶା ନିଯୋଗ ବୈଠକରେ ରଥଯାତ୍ରାର ନୀତି ନିର୍ଘଣ୍ଟ ଉପରେ ଆଲୋଚନା ହୋଇଥିଲା । ଏହି ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକ ମୋହର ମାରିଛି ।
କୋଭିଡ୍ କଟକଣା ସହ ୨୦୨୦ ଭଳି ଚଳିତ ବର୍ଷ ରଥଯାତ୍ରା ପାଳନ ହେବ । ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ରଥଯାତ୍ରାର ପରିଚାଳନା ପାଇଁ ପ୍ରଶାସନ ମାଇକ୍ରୋ ମ୍ୟାନେଜମେଣ୍ଟ ରୂପରେଖର ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଛତିଶା ନିଯୋଗ ଅନୁମୋଦନ ଦେଇଥିବା ନୀତି ନିର୍ଘଣ୍ଟରେ ଭୋର ସାଢେ଼ ୪ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତିରୁ ରଥଯାତ୍ରା ୨୦୨୧ର ନୀତି ନିର୍ଘଣ୍ଟ ଆରମ୍ଭ ହେବ । ଏହା ପରେ ମଇଲମ, ତଡପ ଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ପରେ ଗୋପାଳ ବଲ୍ଲଭ ଭୋଗ ଆଉ ସକାଳ ଧୂପ (ଖେଚୁଡି ଭୋଗ) ସକାଳ ସାଢେ଼ ସାତଟାରେ ଶେଷ କରାଯିବ ।
ସକାଳ ୮ଟାରେ ମହାପ୍ରଭୁଙ୍କ ରଥ ପ୍ରତିÂା ପର୍ବ ସମ୍ପନ୍ନ ହେବ । ଏହା ପରେ ମଙ୍ଗଳାର୍ପଣ ବିଧି ସରି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ପହଣ୍ଡି ନୀତି ସକାଳ ସାଢେ଼ ୮ଟାର ଆରମ୍ଭ ହୋଇ ସାଢେ଼ ୧୧ଟାରେ ଶେଷ କରାଯିବ । ଏହା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ରଥାରୂଢ଼ ହେବେ । ତା’ ପରେ ଶ୍ରୀବିଗ୍ରହଙ୍କୁ ଚିତା ଲାଗି ହୋଇ ସାଢେ଼ ୧୨ଟା ସୁଦ୍ଧା ବେଶ ବଢ଼ିବ । ବେଶ ପରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରା ନୀତି ଅପରାହ୍ଣ ୧୨ଟା ୪୫ ମିନିଟରୁ ୨ଟା ମଧ୍ୟରେ ସମ୍ପନ୍ନ କରାଯିବ । ତିନି ରଥର ଚାରମାଳ ଫିଟାଯାଇ ଘୋଡା ଓ ସାରଥୀଙ୍କୁ ରଥରେ ଅଧିÂିତ କରାଯବା ପରେ ତିନି ରଥ ଟଣା ପର୍ବ ଅପରାହ୍ଣ ୩ଟା ସୁଦ୍ଧା ଆରମ୍ଭ କରିବାକୁ ଶ୍ରୀମନ୍ଦିର ଛତିଶା ନିଯୋଗ ସହମତି ଦେଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.