ରଥଯାତ୍ରା ବନ୍ଦ ନିଷ୍ପତ୍ତିର ପୁନବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁୃ୍ୟଜ୍): ଚଳିତ ବର୍ଷ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେବା ପରୋ ରାଜ୍ୟରେ ରାଜନୀତିକ ବୟାନବାଜି ଜାରି ରହିଥିବା ବେଳେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରଥଯାତ୍ରା କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି । ଏପଟେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ପ୍ରେସ୍ ରିଲିଜ୍ ମାଧ୍ୟମରେ ପରମ୍ପରା ଗତ ରଥଯାତ୍ରା ସମ୍ପନ୍ନ ନିମନ୍ତେ ଦୂରଦର୍ଶୀ ପୂର୍ଣ୍ଣ ନିଷ୍ପତ୍ତି ନେବାକୁ କହିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଗୁରୁବାର ଆସିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରଥଯାତ୍ରା ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବାକୁ ୬ଟି ପଏଣ୍ଟ ଉତ୍ଥାପନ କରିଛନ୍ତି । ଗଜପତି କହିଛନ୍ତି ଯେ ଗତକାଲି ଓ ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗର ବରିÂ ସେବାୟତମାନଙ୍କ ସହ ବିଚାରବିମର୍ଶ ପରେ ସମସ୍ତଙ୍କ ସର୍ବସମ୍ମତିରେ ରଥଯାତ୍ରା ବନ୍ଦ ନିଷ୍ପତ୍ତିର ପୁନବିଚାର ନିମନ୍ତେ ରାଜ୍ୟ ସରକାର ତୁରନ୍ତ ସୁପି୍ରମକୋର୍ଟରେ ଆଇନଗତ ପଦକ୍ଷେପ ନେବାକୁ ଦାବି ହୋଇଛି । ଗଜପତି କହିଛନ୍ତି ଯେ ପୁରୀରେ ବାର୍ଷିକ ରଥଯାତ୍ରା ଅନୁÂିତ ହେବାର ବାଧ୍ୟତାମୂଳକ ପରମ୍ପରାବର୍ଣ୍ଣିତ । ସ୍କନ୍ଧ ପୁରାଣ , ବ୍ରହ୍ମ ପୁରାଣ, ନୀଳାଦ୍ରୀ ମହୋଦୟ, ବାମଦେବ ସଂହିତା ଆଦିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ଶ୍ରୀଜଗନ୍ନାଥ ମହାପ୍ରଭୁ ଅବତାର ନୁହଁନ୍ତି । ସେ ଅବତାରୀ ଓ ଶ୍ରୀଜଗନ୍ନାଥ ଧାମ ପୁରୀ ହେଉଛି ଏହି ଧରାରେ ତାଙ୍କର ଅନ୍ତତ ନିବାସ ସ୍ଥଳୀ । ଦ୍ୱିତୀୟ ସତ୍ୟଯୁଗରୁ ଚତୁଦ୍ଧା ଦାରୁବିଗ୍ରହ ସ୍ୱୟଂ ନିଜର ରଥଯାତ୍ରା କରିବା ପାଇଁ ସେତେବେଳର ଶାସକ (ମହାରାଜା ଇନ୍ଦ୍ରଦୁମ୍ନ)ଙ୍କୁ ନିଦେ୍ର୍ଧଶ ଦେଇଥିଲେ । ସେବେଠୁ ରଥଯାତ୍ରା ପରମ୍ପରା ଚାଲିଆସିଛି । ଓଡ଼ିଶାର ସୁଦୀର୍ଘ ଇତିହାସକୁ ଦେଖିଲେ ଜଣାପଡେ଼ ଯେ, ରଥଯାତ୍ରା କେବଳ ସେହି ସମୟରେ ହୋଇନି ଯେତେବେଳେ କି ଏହା ହେବା ସମ୍ପୂର୍ଣ୍ଣ ଅସମ୍ଭବ । ଉଦାହରଣ ସ୍ୱରୂପ ଷୋଡଶ , ସପ୍ତଦଶ ଓ ଅଷ୍ଟାଦଶରେ ମୋଗଲ ଆକ୍ରମଣ ସମୟରେ ମହାପ୍ରଭୁଙ୍କୁ ଦୁର୍ଗମ ସ୍ଥାନରେ ଲୁଚାଇ ରଖାଯାଇଥିଲା । ରଥଯାତ୍ରା ଅନ୍ୟ କୌଣସି କାରଣରୁ ବନ୍ଦ ହୋଇନାହିଁ । ଏପରିକି ସବୁଠୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ସମୟରେ ବି ରଥଯାତ୍ରା ସମ୍ପନ୍ନ ହୋଇଛି । ବର୍ତ୍ତମାନର କୋଭିଡ଼୍ ମହାମାରୀ ରହିଥିଲେ ମଧ୍ୟ ପୁରୀରେ ରଥଯାତ୍ରା ସମ୍ପନ୍ନ ହେବା ଅସମ୍ଭବ ହେବନି । ମେ’ ୩୦ ତାରିଖ ମନ୍ଦିର ପରିଚାଳନା କମିଟି ମଧ୍ୟ ପୁରୀରେ ରଥଯାତ୍ରା କରିବା ପାଇଁ ପରାମର୍ଶ ଦେଇଥିଲେ । ସାଧାରଣ ଲୋକଙ୍କ ସମାବେଶ ବିନା ଓ କୋଭିଡ ସଂକ୍ରମଣ ରୋକିବା ଦିଗରେ ସରକାରୀ ପଦକ୍ଷେପ ମଧ୍ୟରେ ରଥଯାତ୍ରା ହୋଇପାରିବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇ ସରକାରଙ୍କୁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା । ଯଦି ରଥଯାତ୍ରା ଚଳିତ ବର୍ଷ ପୁରୀରେ ଅନୁÂିତ ନ ହୁଏ ତାହେଲେ ଏହା ବିଶ୍ୱର ଅଗଣିତ ଭଙ୍କ ଧାର୍ମିକ ଭାବନାକୁ ଆଘାତ ଦେବ । ଯେଉଁମାନେ ଇଲୋକ୍ଟେ୍ରାନିକସ ମିଡିଆ ମାଧ୍ୟମରେ ପ୍ରତିବର୍ଷ ରଥଯାତ୍ରା ଦେଖିଥାନ୍ତି । ଯେହେତୁ ମହାପ୍ରଭୁ ଜଗନ୍ନାଥଙ୍କର ପ୍ରତ୍ୟେକଟି ନାମ ବ୍ରହ୍ମାଣ୍ଡ ଠାକୁର ବୋଲି ଉଲ୍ଲେଖ ଅଛି । ତେଣୁ ସେ ରଥଯାତ୍ରା ସମୟରେ ରଥରେ ଚଢ଼ି ସମସ୍ତ ବ୍ରହ୍ମାଣ୍ଡଙ୍କୁ ଦର୍ଶନ ଓ ଆଶୀର୍ବାଦ ଦେଇଥାନ୍ତି । ଏହା ସନାତନ ବୈଦିକ ଧର୍ମର ପରମ୍ପରାରେ ଅଛି ମୁଖ୍ୟ ଠାକୁର ନିଜ ନିବାସ ଛାଡନ୍ତି ନାହିଁ । କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥ ମହାପ୍ରଭୁ ନିଜ ଇଛାରେ ମନ୍ଦିର ବାହାରକୁ ଆସିଥାନ୍ତି । ତେଣୁ ଏସବୁ କାରଣୁ ପୁରୀର ରଥଯାତ୍ରା ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ ଓ ଏହା ବନ୍ଦ ହେବା ଅନୁଚିତ । ଯଦିଓ କୋଭିଡ଼ ଲକ୍ଡାଉନ୍ ଗାଇଡଲାଇନ ଯୋଗୁ ରଥଯାତ୍ରା ଓ ଅନ୍ୟ ଧାର୍ମିକ ଉତ୍ସବ ପାଇଁ ଅନ୍ୟତ୍ର ଅନୁମତି ଦିଆଯାଇନି । ରାଜା ବୀରକିଶୋର ଦେବ ବନାମ ଓଡ଼ିଶା ସରକାରଙ୍କ ଏକ ମାମଲାରେ ସୁପ୍ରିମକୋର୍ଟଙ୍କ ସମ୍ବିଧାନିକ ଖଣ୍ଡପୀଠ ମଧ୍ୟ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ର ଗୁରୁତ୍ୱକୁ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons