ପୁରୀ,(ବି.ବି.ବୁ୍ୟରୋ): ସୋମବାର ମହାପ୍ରଭୁଙ୍କ ପବିତ୍ର ଉଭାଯାତ୍ରା । ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ ହେବା କଥା । ଆଜ୍ଞାମାଳ ଆସିଗଲେ ତିନିରଥ ପ୍ରସ୍ତୁତ ହୋଇ ସିଂହଦ୍ୱାରଠାରେ ପହଞ୍ଚିବ । ରଥ ନିର୍ମାଣ ପ୍ରାୟ ଶେଷ । ତିନି ରଥରେ କନାମଣ୍ଡଣୀ କାମ ଶେଷ ହୋଇ ପିତ୍ତଳ ଅଳଙ୍କରଣ ଚାଲିଛି । କୋଠସୁଅାଁସିଆ ସେବକମାନେ ଦୁଆରଘଡ଼ା କାମସାରି ରଥ ବତା ଲଗାଇଦେଇଛନ୍ତି । ପରେ ରଥ ଅଳଙ୍କରଣ କାର୍ଯ୍ୟ ବିଶ୍ୱକର୍ମାମାନେ ସାରୁଛନ୍ତି । ରଥଯାତ୍ରା ଆୟୋଜନ ଦ୍ୱନ୍ଦ୍ୱକୁ ନେଇ ନିର୍ମାଣକାରୀଙ୍କ ମନରେ ହସ ନାହିଁ । ହେଲେ ମହାପ୍ରଭୁଙ୍କ ଆଜ୍ଞାଧୀନ ଭାବେ ରଥ କାର୍ଯ୍ୟ ଶେଷ କରି ମହାପ୍ରଭୁଙ୍କ ଆଜ୍ଞାମାଳକୁ ଚାହିଁ ବସିଛନ୍ତି ।
ରଥ ଚକାବେଦିରେ ଠାକୁରେ ବିଜେ ହେବେ । ସିଂହାସନ ଉପରେ କନକମୁଣ୍ଡି କାମସରିଛି । କନକମୁଣ୍ଡିରେ ପିତ୍ତଳ ଚାଦର ବୁଲିଛି । କାନମଣ୍ଡଣୀରେ ଲାଗିଛନ୍ତି ୨୦କୋଠସୁଆଁସିଆ ସେବକ । ମଣ୍ଡଣୀ ସରି ପିତ୍ତଳ ଅଳଙ୍କାରମାନ ଲାଗୁଛି । ଦୁଆରଘଡ଼ାରେ ରାହୁମୁଣ୍ଡ, କଦଳୀଗଛ, ମଗର, ହଂସ ଓ ମାଛ ଆଦି ଲାଗିଛି । ରଥରେ ଏକାଧିକ ଘଣ୍ଟି ଲାଗୁଛି । ଶେଷରେ ରଥ ରକ୍ଷକଙ୍କୁ ସ୍ଥାପନ କରାଯିବ । ଆସନ୍ତାକାଲି ମହାପ୍ରଭୁଙ୍କ ଆଜ୍ଞାମାଳକୁ ଅପେକ୍ଷା ରହିଛି । ଆଜ୍ଞାମାଳ ପହଞ୍ଚିଗଲେ ରଥଖଳାରୁ ତିନିରଥକୁ ଟଣାଯାଇ ସିଂହଦ୍ୱାରଠାରେ ପହଞ୍ଚାଯିବ ବୋଲି ନିର୍ମାଣକାରୀମାନେ କହିଛନ୍ତି । ଶ୍ରୀମନ୍ଦିର ବରିÂ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ସୂଚନା ହେଉଛି ଆସନ୍ତାକାଲିର ନିଦେ୍ର୍ଧଶକୁ ଅପେକ୍ଷା । ଆମ୍ଭେମାନେ ରଥତ୍ରୟ ପ୍ରସ୍ତୁତ କରି ଆଜ୍ଞାମାଳକୁ ଅପେକ୍ଷା କରି ରହିଛୁ । କନା ଉଡ଼ିଯାଇଛି । ହେଲେ କର୍ପୂର ପଡ଼ିରହିଛି । ଆଗେ ଠାକୁରଙ୍କ ରଥଯାତ୍ରାରେ ଦେଖିବାକୁ ମିଳୁଥିବା ମହାପ୍ରଭୁଙ୍କ ଅପୂର୍ବ ଐଶ୍ୱର୍ଯ୍ୟ । ରଥମାନଙ୍କରେ ବହୁମୂଲ୍ୟ ସୁବର୍ଣ୍ଣ ଅଳଙ୍କାର ମାନ ଲଗାଯାଉଥିଲା । କନାମଣ୍ଡଣୀରେ ଆଜିକାଲି ଜରି ଜମ୍ବୁରା ଲାଗୁଛି । ପୂର୍ବେ ସେସବୁ ସୁନା ଓ ରୂପାରେ ତିଆରି ହେଉଥିଲା । ରଥରେ ଲାଗୁଥିବା ମଣ୍ଡଣୀ କନା ମଧ୍ୟ ବହୁମୂଲ୍ୟ ଭେଲ୍ଭେଟ୍ କନା । ସେତେବେଳେ ରଥ ଦେଖିଲେ ଆଖି ଖୋସି ହୋଇଯାଏ । ଏଭଳି କହି ଅବାକ୍ କରିଦେଇଛନ୍ତି କନାମଣ୍ଡଣୀ କରୁଥିବା କୋଠ ସୁଆଁସିଆ ସେବକ । ଏସବୁ ସେମାନେ ତାଙ୍କ ପୂର୍ବପୁରୁଷଙ୍କଠାରୁ ଶୁଣିଥିବା କହିଛନ୍ତି ।
Comments are closed, but trackbacks and pingbacks are open.