ରଥ ନିର୍ମାଣ ପାଇଁ କେନ୍ଦ୍ରର ଅନୁମତି ଲୋଡିଲା ରାଜ୍ୟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ପ୍ରସଙ୍ଗରେ କେନ୍ଦ୍ରକୁ ଅନୁମତି ଲୋଡିଲେ ରାଜ୍ୟ ।ପୂର୍ବରୁ ରଥ ନିର୍ମାଣ ନିମନ୍ତେ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ିଥିଲା । ଏଣୁ ପରିଚାଳନା କମିଟି ମିଟିଂ ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିଲା । ଅନ୍ୟପକ୍ଷରେ ରଥ ଅନିଶ୍ଚିତତାକୁ ନେଇ ବିଜେପି ନେତା ବିଜୟ ମହାପାତ୍ର ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ନିଷ୍ପତ୍ତି ରାଜ୍ୟ ସରକାରଙ୍କର । ଏଥିରେ କେନ୍ଦ୍ରର ବିଶେଷ ଭୂମିକା ନାହିଁ । ନିଷ୍ପତ୍ତି ନେବା ପରେ କେନ୍ଦ୍ର ପାଖରୁ ସାହାଯ୍ୟ ଲୋଡ଼ିପାରନ୍ତି । ଦୈନିକ ଦଶଥର କେନ୍ଦ୍ରର ସହ ଭିଡିଓ କନଫରେନ୍ସିଂ କରୁଛନ୍ତି । ଏକଥା ବି କହିପାରନ୍ତେ , ଚିଠି ଲେଖିବାର କଣ ଆବଶ୍ୟକତା ରହିଛି । ଶୀଘ୍ର ସ୍ପଷ୍ଟ ନିଷ୍ପତ୍ତି ହେବା ଦରକାର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons