
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ଏଣିକି ସବୁଦିନ ଦିଆଯିବ କୋଭିଡ୍ ଟିକା । ରବିବାର ବି ବନ୍ଦ ହେବନି । ସହର ଏବଂ ବ୍ଲକ ଅଞ୍ଚଳର ୮ଟି ସ୍ଥାନରେ ଥିବା ଟିକାଦାନ କେନ୍ଦ୍ର ଖୋଲା ରହିବ । ପୂର୍ବାହ୍ନ ୯ରୁ ଅପରାହ୍ନ ପର୍ଯ୍ୟନ୍ତ ଦିଆଯିବ । ଟିକାଦାନ କେନ୍ଦ୍ରଗୁଡ଼ିକ ହେଉଛି ଜିଲ୍ଲା ହସପିଟାଲ୍, ପୁରୁଣା ମେଡିକାଲ ପରିସରରେ ଥିବା ଜଗଧାତ୍ରୀପୁର ଅର୍ବାନ ପିଏଚ୍ସି, କୁମ୍ଭାରସାହି ୟୁପିଏଚ୍ସି, ରାବଣାଗୁଡ଼ା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର, ଟାଙ୍କୁଆ, କଙ୍ଗା, ଅନ୍ତା ଏବଂ ରଣ୍ଡାପାଲ୍ଲୀ । ଏ ସମ୍ପର୍କରେ ପ୍ରଶାସନ ନିଷ୍ପତ୍ତି ନେଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଆଜି ସହର ଏବଂ ବ୍ଲକରେ ମୋଟ ୧ ହଜାର ୩୭୭ ଜଣ ଟିକା ନେଇଛନ୍ତି । ଯାହା ଏକ ରେକର୍ଡ । ଟିକା ନେବା ପରେ କାହା ଦେହରେ କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖା ଦେଇନଥିବା ପ୍ରଶାସନ କହିଛି ।
ପୂର୍ବରୁ ସପ୍ତାହର ରବିବାର ଛାଡି ଅନ୍ୟ ଦିନରେ ଟିକା ଦିଆଯାଉଥିଲା । ଦୈନିକ ୨ ଲକ୍ଷ ଜନସାଧାରଣଙ୍କୁ ଟିକା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ଆଖିରେ ରଖି ରବିବାର ମଧ୍ୟ ଟିକା ଦିଆଯିବ । ଆଜି ସହରର ଜଗଧାତ୍ରୀପୁର ଅର୍ବାନ ପିଏଚ୍ସିରେ ୨୬୪, କୁମ୍ଭାରସାହି ୟୁପିଏଚ୍ସି(ଏଲଆର୍)ରେ ୨୨୦, ଜିଲ୍ଲା ହସପିଟାଲରେ ସର୍ବାଧିକ ୩୩୦ ଜଣଙ୍କୁ କୋଭିସିଲ୍ଡ ଦିଆଯାଇଥିଲା । ସେହିପରି ରାବଣାଗୁଡ଼ା ସିଏଚ୍ସିରେ ୧୩୯, ଟାଙ୍କୁଆରେ ୧୨୦, ରଣ୍ଡାପାଲ୍ଲୀରେ ୮୦, ଅନ୍ତାରେ ୧୧୨ ଏବଂ ନୂଆ କରି ଆରମ୍ଭ ହୋଇଥିବା କଙ୍ଗା କେନ୍ଦ୍ରରେ ୧୧୨ ଜଣ ଟିକା ନେଇଥିଲେ । ଅଧାଘଣ୍ଟା ବିଶ୍ରାମ ପରେ ସେମାନେ ନିଜ ଘରକୁ ଯାଇଥିଲେ । ଗତ ୩ ଦିନରେ ୩ ହଜାର ୯୧୭ ଜଣ ଟିକା ନେଇଛନ୍ତି ।


Comments are closed, but trackbacks and pingbacks are open.