ରମ୍ୟା କ୍ରିଷ୍ଣନ୍ଙ୍କ ଗାଡ଼ିରୁ ମିଳିଲା ମଦ

Get real time updates directly on you device, subscribe now.

ଦକ୍ଷିଣ ଫିଲ୍ମ ଦୁନିଆର ଜଣାଶୁଣା ଅଭିନେତ୍ରୀ ତଥା ବାହୁବଳୀ ସିରିଜ୍ରେ ଶିବଗାମୀର ଭୂମିକା ନିଭାଇଥିବା ଅଭିନେତ୍ରୀ ରମ୍ୟା କ୍ରିଷ୍ଣନ୍ ଏବେ ଅଡୁଆରେ । ତାଙ୍କ ଗାଡିରୁ ଗୁରୁବାର ୧୦୦ରୁ ଊଦ୍ଧ୍ୱର୍ ମଦ ବୋତଲ ଜବତ କରିଛି ପୁଲିସ୍ । ଡ୍ରାଇଭର ସେଲ୍ବାକୁମାରଙ୍କୁ ଗିରଫ କରାଯାଇଛି । ଚେନ୍ନାଇରୁ ଆସିଥିବା ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ରିପୋର୍ଟ ଅନୁସାରେ, ପୋଲିସ୍ ମଦ ଜବତ କରିବା ସମୟରେ ଗାଡିରେ ରମ୍ୟା ଉପସ୍ଥିତ ଥିଲେ । ଚେକ୍ପୋଷ୍ଟରେ ଯାଞ୍ଚ ବେଳେ ରମ୍ୟାଙ୍କ ଟୟୋଟା ଇନୋଭା ଗାଡିକୁ ପୁଲିସ୍ ଅଟକାଇଥିଲା । ତେବେ ଯାଞ୍ଚବେଳେ ରମ୍ୟା ପୂର୍ଣ୍ଣ ସହଯୋଗ କରିଥିବା ପୁଲିସ ପ୍ରକାଶ କରିଛି । ତାଙ୍କ କାରରୁ ଅନେକ ବିୟର ବୋତଲ ଜବତ କରାଯାଇଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons