ଭୁବନେଶ୍ୱର,(ବି.ବି.ବ୍ୟୁରୋ): ନିମାପଡ଼ା ଛେନାଝିଲି, ନୟାଗଡ଼ ଛେନାପୋଡ଼ ଓ ପାହଳ ରସଗୋଲା ବ୍ୟବସାୟୀଙ୍କୁ ଋଣ ପାଇଁଆଉ ଏ ବ୍ୟାଙ୍କରୁ ସେ ବ୍ୟାଙ୍କ ଦୌଡ଼ିବାକୁ ପଡ଼ିବ ନାହିଁ । ବ୍ୟାଙ୍କଅଫ୍ ଇଣ୍ଡିଆ (ବିଓଆଇ) ଓଡ଼ିଶାର ଏହି ପାରମ୍ପରିକ ମିଠା ବ୍ୟବସାୟକୁଆର୍ଥିକ ସହାୟତାର ହାତ ବଢ଼ାଇବାକୁ ନିଷ୍ପତ୍ତି ନେଇଛି । ବିଓଆଇ ମହାପ୍ରବନ୍ଧକ (ଜିଏମ୍) ସୁଶାନ୍ତ ଶେଖର ଦାଶଆଜି ଏହି ସୂଚନା ଦେଇଛନ୍ତି ।
ବିଓଆଇ ପକ୍ଷରୁ ଭୁବନେଶ୍ୱରଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁଆୟୋଜିତ ୨ ଦିନିଆ ଶାଖାସ୍ତରୀୟ ପରାମର୍ଶ ଓ ବିଚାର ମନ୍ଥନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଦାଶ କହିଛନ୍ତି, ଏଥିରେ ସମସ୍ତ ୧୨୬ ଶାଖା ପ୍ରବନ୍ଧକ ଯୋଗଦେଇ ନିଜର ମୂଲ୍ୟବାନ ପରାମର୍ଶ ଦେଇଥିଲେ । ସେମାନଙ୍କ ପରାମର୍ଶଆଧାରରେ ୭ଟି ପରାମର୍ଶ ପ୍ରସ୍ତାବ ପ୍ରସ୍ତୁତ କରିଛି । ଏହାଅଧୀନରେ ଓଡ଼ିଶାର ମିଠା ବ୍ୟବସାୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ବ୍ୟାଙ୍କଆର୍ଥିକ ସହାୟତା ଯୋଗାଇବ ।
ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଗଞ୍ଜାମରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଏହାଆର୍ଥିକ ସହାୟତା ଯୋଗାଇବାକୁ ବ୍ୟାଙ୍କ ନିଜ ପ୍ରସ୍ତାବରେ କହିଛି । ଏସବୁଅଞ୍ଚଳରେ ମିତବ୍ୟୟୀ ହୋଟେଲ ନିର୍ମାଣ ପାଇଁ ଏହା ହୋଟେଲ ଶିଳ୍ପକୁ ଋଣ ଯୋଗାଇବ । ଏମିତିିକି ଏହି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ପରିବହନ ଉଦ୍ଦେଶ୍ୟରେ ଗାଡ଼ି କିଣିବାକୁ ମଧ୍ୟ ବ୍ୟାଙ୍କଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ନେଇଛି ।
ଏମ୍ଏସ୍ଏମ୍ଇ କ୍ଷେତ୍ର ନିମନ୍ତେ ବ୍ୟାଙ୍କ ପିପିଲିର ଚାନ୍ଦୁଆ ଓ ରଘୁରାଜପୁ ପଟ୍ଟଚିତ୍ର କାରିଗରଙ୍କୁ କ୍ଲଷ୍ଟରଆଧାରିତ ସ୍କିମ୍ଅଧୀନରେ ସ୍ୱଳ୍ପ ସୁଧରେ ଋଣ ଯୋଗାଇ ସେମାନଙ୍କଆର୍ଥିକ ସ୍ଥିତି ସୁଦୃଢ଼ ପାଇଁ ବିଚାର କରୁଛି । ଏହାବ୍ୟତୀତ କୃଷିକ୍ଷେତ୍ର ଓଅନ୍ୟ କ୍ଷେତ୍ର ପାଇଁ ମଧ୍ୟ ବିଓଆଇ ବିଭିନ୍ନଆର୍ଥିକ ସହାୟତା ପଦକ୍ଷେପ ପ୍ରସ୍ତାବ ପ୍ରସ୍ତୁତ କରିଥିବା ଶ୍ରୀ ଦାଶ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ବିଓଆଇ ରାଜ୍ୟର ୯୫ଟି ଗ୍ରାମରେ ପିଓଏସ୍ ମେସିନ ସ୍ଥାପନ ସହ ବ୍ୟାଙ୍କ ଖାତା ଖୋଲି ସେଗୁଡ଼ିକୁ ଡିଜିଟାଲ ଗ୍ରାମରେ ପରିଣତ କରିଛି । ଏସବୁ ଗ୍ରାମର ଲୋକମାନଙ୍କୁ ଡିଜିଟାଲ କାରବାର ପାଇଁ ପ୍ରୋତ୍ସାହିତ କରୁଛି । ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟରଆଉ ୨୦୦ ଗ୍ରାମକୁ ଡିଜିଟାଲ ଗ୍ରାମରେ ପରିଣତ କରିବାକୁ ଏହା ଲକ୍ଷ୍ୟ ରଖିଥିବା ବିଓଆଇ ଜିଏମ୍ କହିଛନ୍ତି । ଏଅବସରରେ ବ୍ୟାଙ୍କରଆଞ୍ଚଳିକ ପ୍ରବନ୍ଧକ ୱାଇ ଏନ୍ ଦ୍ୱିବେଦୀ, ଉପ-ମହାପ୍ରବନ୍ଧକ ପି କେ ସିହ୍ନା, ସହାୟକ ମହାପ୍ରବନ୍ଧକ ବି ବି ତ୍ରିପାଠୀ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.