ରାଇପଡ଼ାରୁ ୧୩ ଫୁଟର ଅଜଗର ଉଦ୍ଧାର

Get real time updates directly on you device, subscribe now.

ଭଞ୍ଜନଗର,(ବି.ବି.ନୁ୍ୟଜ୍): ରାଇପଡା ଗ୍ରାମରୁ ୧୩ ଫୁଟର ଅଜଗର ଉଦ୍ଧାର କରିଛି ବନ ବିଭାଗ । ଏହି ସାପକୁ ବୁଢାକେନ୍ଦୁ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି ।
ମିଳିଥିବା ସୂଚନା ପ୍ରକାରେ ଭଞ୍ଜନଗର ଉତ୍ତର ବନଖଣ୍ଡ ଅନ୍ତର୍ଗତ କେନ୍ଦ୍ରୀୟ ବନାଞ୍ଚଳର ଗାଙ୍ଗପୁର ସେକସନ୍ ଅନ୍ତର୍ଗତ ରାଇପଡା ଗ୍ରାମରେ ବିରାଟ ଅଜଗର ସାପ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡିଥିଲେ । ଗ୍ରାମର କିଛି ଯୁବକ ଏହି ସାପଟିକୁ କୌଶଳକ୍ରମେ ଧରି ନେଇଥିଲେ । ପରେ ବନ ବିଭାଗକୁ ଖବର ଦିଆଯାଇଥିଲା । ଗାଙ୍ଗପୁର ବନପାଳ ଜି.ଭେଙ୍କଟ ରାଓ ଦୋରା, ବୁଢାକେନ୍ଦୁ ବିଟ୍ ବନରକ୍ଷୀ ଲକ୍ଷ୍ମୀ ନାରାୟଣ ସେଠୀ ଓ ସ୍କ୍ୱାର୍ଡ ପାର୍ଟିର ଜଣେ ସଦସ୍ୟ ଶିବରାମ ବିଶୋୟୀ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଲୋକଙ୍କ ପାଖରୁ ଉଦ୍ଧାର କରିଥିଲେ । ଏହାକୁ ବୁଢାକେନ୍ଦୁ ସଂରକ୍ଷିତ ଜଙ୍ଗଲର ଭାଗ ନମ୍ବର-୨ରେ ଛାଡି ଦିଆଯାଇଥିଲା । ସୂଚନାଯୋଗ୍ୟଯେ ଉକ୍ତ ସାପଟି ପାଖାପାଖି ୨ମାସ ହେଲା ଏହି ଗ୍ରାମର ବିଭିନ୍ନ ଇଲାକାରେ ବୁଲୁଥିଲା । ଆଜି ସାପଟି ଗାଁ ଭିତରକୁ ପଶି ଆସିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons