ରାଉରକେଲାକୁ ଦେଶର ପ୍ରମୁଖ ଶିଳ୍ପ କେନ୍ଦ୍ର କରାଯିବ: ଧର୍ମେନ୍ଦ୍ର

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲାକୁ ଭାରତ ସରକାର ପ୍ରାଥମିକତା ଦେଉଛନ୍ତି । ଆଗାମୀ ଦିନରେ ଏଠାରେ ବିଭିନ୍ନ ପ୍ରକଳ୍ପ ଆଣି ରାଉରକେଲା କିପରି ଓଡ଼ିଶା ଏବଂ ଦେଶର ପ୍ରମୁଖ ଶିଳ୍ପ କେନ୍ଦ୍ର ହେବ ସେ ନେଇ ସମସ୍ତେ ମିଶି କାମ କରିବୁ ବୋଲି ତିନି ଦିନିଆ ରାଉରକେଲା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଇସ୍ପାତ ମନ୍ତ୍ରଣାଳୟ ଦାୟିତ୍ୱ ନେବା ପରେ ପ୍ରଥମ ରାଉରକେଲା ଗସ୍ତରେ ଆସି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତ ସରକାରଙ୍କ ନିକଟରେ ପୂର୍ବରୁ ରାଉରକେଲା ସମ୍ପର୍କିତ ବିଷୟ ଉଠା ଯାଉଥିବା ବେଳେ ଏବେ ମଧ୍ୟ ସେଭଳି ବିଷୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଗତ ୪ ମାସ ହେବ ଇସ୍ପାତ ମନ୍ତ୍ରାଣଳୟର କାର୍ଯ୍ୟ ବୁଝାବୁଝି କରୁଥିବା ବେଳେ ସେ ରାଉରକେଲାର ବିଭିନ୍ନ ବିଷୟକୁ ବୁଝିବା ପାଇଁ ଆସିଛନ୍ତି । ତିନି ଦିନ ରହଣି ମଧ୍ୟରେ ଆରଏସ୍ପି ଦେଖିବା ସହ ଖଣି ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଇସ୍ପାତ ଶିଳ୍ପର ବିକାଶ ପାଇଁ ଏଠାକାର ଜନସାଧାରଣ ଓ ପ୍ରଶାସନକୁ ଭେଟି ଆରଏସ୍ପି ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଆଜି ଅପରାହ୍ନରେ ସେଲ୍ ବିମାନ ଯୋଗେ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିଥିଲେ । ବିମାନ ବନ୍ଦରରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସୁନ୍ଦରଗଡ଼ ସାଂସଦ ତଥା ପ୍ରତିରକ୍ଷା ସଂସଦୀୟ କମିଟିର ଅଧ୍ୟକ୍ଷ ଜୁଏଲ ଓରାମ, ସେଲ୍ ଚେୟାରମ୍ୟାନ ଅନୀଲ କୁମାର ଚୌଧୁରୀ, ସେଲ୍ ବାଣିଜି୍ୟକ ନିଦେ୍ର୍ଧଶକ ସୋମା ମଣ୍ଡଳ, କାର୍ମିକ ବିଭାଗର ନିଦେ୍ର୍ଧଶକ ଅତୁଲ ଶ୍ରୀବାସ୍ତବ, ସେଲ୍ ବୈଷୟିକ ନିଦେ୍ର୍ଧଶକ ହରିନନ୍ଦ ରାୟ, ବୀରମିତ୍ରପୁର ବିଧାୟକ ଶଙ୍କାର ଓରାମ, ଆରଏସ୍ପି ସିଇଓ ଦୀପକ ଚଟ୍ଟରାଜ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ୟେଦୁଲ୍ଲା ବିଜୟଙ୍କ ସମେତ ସେଲ୍ ଓ ଜିଲ୍ଲା ପ୍ରଶାସନର ବହୁ ବରିÂ ଅଧିକାରୀ ଏବଂ ଦଳୀୟ ନେତୃବୃନ୍ଦ ସ୍ୱାଗତ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons