ରାଉରକେଲା : ସାମ୍ବାଦିକତାର ପ୍ରଭାବ ଦେଖାଇ ଜଣେ ବିବାହିତା ମହିଳା ଏବଂ ତାଙ୍କ ମା’ଙ୍କୁ ରାଉରକେଲା ବାସନ୍ତୀ କଲୋନୀର ଘରେ ୪୦ ଦିନ ବନ୍ଦ ରଖି ନିର୍ୟାତନା ଦେବା ଏବଂ ଅସଦାଚରଣ କରିବା ଅଭିଯୋଗରେ ଉଦିତନଗର ଥାନାରେ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ମହିଳା ଏବଂ ତାଙ୍କ ମା’ଙ୍କୁ ବାସନ୍ତି କଲୋନୀ ସ୍ଥିତ ନକଲି ସାମ୍ବାଦିକଙ୍କ ଘରୁ ଉଦ୍ଧାର କରିବା ସହ ଉକ୍ତ ସାମ୍ବାଦିକ ଅଶୋକ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ରାଉରକେଲା ସାରନଗରୀରେ ଜଣେ ଔଷଧ ଦୋକାନ କରିଥିବା ବ୍ୟକ୍ତିଙ୍କ ସହ ଅଶୋକର ବନ୍ଧୁତ୍ବ ତିନିମାସ ତଳେ ହୋଇଥିଲା ଏବଂ ତାଙ୍କ ଘରକୁ ଯିବାଆସିବା ଥିଲା । ଘର ସହ ମିଶିବା ପରେ ସାମ୍ବାଦିକତାର ପ୍ରଭାବ ଦେଖାଇ ଔଷଧ ଦୋକାନୀଙ୍କ ପତ୍ନୀ ଏବଂ ଶାଶୁଙ୍କୁ ପାର୍କକୁ ଆଣି ଜୋରଜବଦସ୍ତି ସମ୍ପର୍କ ରଖିବାକୁ ଚେଷ୍ଟାକରି ବିଫଳ ହେବା ପରେ ଅଶୋକ ଯୋଜନା କରି ନିଜ ସ୍ତ୍ରୀଙ୍କୁ ଗାଁକୁ ପଠାଇ କୌଶଳ କ୍ରମେ ମହିଳା ଏବଂ ତାଙ୍କ ମା’ଙ୍କୁ ଆଣି ବାସନ୍ତୀ କଲୋନୀ ଘରେ ରଖି ଅସଦାଚରଣ କରିବା ସହ ତାଙ୍କ ମୋବାଇଲ ନେଇଯାଇଥିଲେ ।
ମହିଳାଙ୍କ ସ୍ବାମୀ ନିଜ ସ୍ତ୍ରୀଙ୍କୁ ନପାଇ ଟାଙ୍ଗରପାଲି ଥାନାରେ ରିପୋର୍ଟ ଦେବାପରେ ପୋଲିସ ଖୋଜି ପାରିନଥିଲେ । ତେବେ ମହିଳା ଜଣଙ୍କ କୌଣସି ମତେ ଏକ ମୋବାଇଲ ଫୋନ୍ ପାଇ ନିର୍ୟାତନା ଏବଂ ଅସଦାଚରଣ ବାବଦରେ ନିଜ ଭଉଣୀଙ୍କୁ କହିବା ପରେ ତାଙ୍କ ଭଉଣୀ ଏହା ରେକର୍ଡ କରି ରାଉରକେଲା ପୋଲିସ ଉଚ୍ଚ ଅଧିକାରୀଙ୍କୁ ଦେଇଥିଲେ । ରେକର୍ଡିଂ ପାଇବା ପରେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଉଦିତନଗର ପୋଲିସ ମହିଳା ଏବଂ ତାଙ୍କ ମା’କୁ ଉଦ୍ଧାର କରିବା ସହ ସାମ୍ବାଦିକ ଅଶୋକ ମହାନ୍ତିଙ୍କୁ ଗିରଫ କରିଛନ୍ତି ।
Comments are closed, but trackbacks and pingbacks are open.