ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲା ଷ୍ଟେସନ ଅଞ୍ଚଳ, ମଧୁସୂଦନ ମାର୍ଗ, ନୂଆ ବସ୍ ଷ୍ଟାଣ୍ଡ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ରାଉରକେଲା ଏଡିଏମ୍ଙ୍କ ନିଦେ୍ର୍ଧଶ କ୍ରମେ ଗୁରୁବାର ଦିନ ୧୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ । ଆନ୍ଧ୍ରପ୍ରଦେଶରୁ ଏକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଆଜି (ଗୁରୁବାର) ରାଉରକେଲାକୁ ୩୦୦ ଶ୍ରମକ ନେଇ ଆସୁଥିବାରୁ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଶ୍ରମିକମାନେ ଆସିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇ ସ୍କିନିଂ କରାଗଲା ପରେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯିବ ।
Comments are closed, but trackbacks and pingbacks are open.