ରାଗିଲେ ଆଦିବାସୀ, ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ମୁହାଁମୁହିଁ

Get real time updates directly on you device, subscribe now.

ମାଲକାନଗିରି: ପେପର ମେଟଲା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଫଳରେ ଯନ୍ତାପାଇ ହାଟକୁ ବନ୍ଦ କରିବା ସହିତ ୧୪୪ ଧାରା ଜାରି କରିଛି ପ୍ରଶାସନ। ପେପରମଟଲା ନିକଟରେ ଶହ ଶହ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଜମା ହୋଇଛନ୍ତି।
ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ପ୍ରସ୍ତୁତ ହୋଇ ରହିଛି। ସେଠାରେ ଏକ ପ୍ରକାର ପୁଲିସ ଛାଉଣୀ ହୋଇଛି। ଆଦିବାସୀମାନେ ପେପରମେଟଲା ଗାଁକୁ ଶୋଭାଯାତ୍ରା କରି ଏକ ବିରାଟ ରାଲି କରିଛନ୍ତି। ତେଣୁ ଅଘଟଣ ଆଶଙ୍କାରେ ୧୪୪ ଧାରା ଜାରି କରିଛି ପୁଲିସ। ଗତ ଶୁକ୍ରବାର ଦିନ ରାଜୁ ହନ୍ତାଳ ନାମକ ଜଣେ ଯୁବକର ମୃତଦେହ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରୁ ମିଳିଥିଲା। ପରିବାର ଲୋକେ ଅଭିଯୋଗ କରୁଛନ୍ତି ଯେ ରାଜୁକୁ ସୁରକ୍ଷାକର୍ମୀ ହତ୍ୟା କରିଛନ୍ତି। ସେହି ଦିନଠାରୁ ଏହି ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।
ଏନେଇ ଗତ ଶନିବାର ଦିନ ଲୋକେ ପେପରମେଟଲା ଥାନା ଘେରାଉ କରିଥିଲେ। ପୁଲିସକୁ ଆକ୍ରମଣ କରିବା ସହିତ ପୁଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଜନତା।
ରାଜୁ ହନ୍ତାଳକୁ ହତ୍ୟା ପଛରେ ଯିଏ ଅଛି, ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ତେବେ ଲୋକଙ୍କର ଏହି ମେଳି ପଛରେ ମାଓବାଦୀଙ୍କର ହାତ ଥିବା ସନ୍ଦେହ କରାଯାଉଛି। କାରଣ ଆନ୍ଧ୍ରର କିଛି ଗାଁରୁ ମଧ୍ୟ ଏହି ମେଳିରେ ସାମିଲ ହୋଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons