ଭୁବନେଶ୍ବର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ଭୁବନେଶ୍ବର ସୁନ୍ଦରପଦା ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ।
ସଂଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ରରେ ହାଣି ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ଅମରେଶ ନାୟକ । ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ବରରେ ଦିୀପାବଳୀର ମାହୋଲ ଚାଲିଥିବା ବେଳେ ପ୍ରତିଶୋଧ ନେଇଛନ୍ତି କିଛି ବ୍ୟକ୍ତି। ସୂଚନା ଅନୁସାରେ, ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଥିଲା। ଗତକାଲି ଭୋଜି ଓ ବାଣ ଫୁଟାଇବାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ସନ୍ଧ୍ୟାବେଳେ ବଚସା ହୋଇଥିଲା। ପରେ ଏହାର ସମାଧାନ କରାଯାଇଥିଲେ ମଧ୍ୟ ପୁଣି ଏହି ଗଣ୍ଡଗୋଳ ବିଳମ୍ବିତ ରାତିରେ ଉଗ୍ରରୂପ ଧାରଣ କରିଥିଲା। ଗୋଟିଏ ଗୋଷ୍ଠୀର ସଂଖ୍ୟା କମ୍ ଥିବାର ସୁଯୋଗ ନେଇ ଅନ୍ୟ ଏକ ଗୋଷ୍ଠୀର ପାଖାପାଖି ୨୫ରୁ ୩୦ ଜଣ ଯୁବକ ଏକତ୍ରିତ ହୋଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏଥିରେ ଅମରେଶ୍ ନାମକ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସମ୍ପୃକ୍ତ ୨୫ରୁ ଉର୍ଦ୍ଧ୍ୱ ଲୋକଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ତେବେ ଏହି ଘଟଣାରେ କିଛି ରାଜନେତାଙ୍କ ହାତ ରହିଛି ବୋଲି କୁହାଯାଉଛି।ଅନ୍ୟପକ୍ଷରେ ଏହି ଘଟଣାପରେ କିଛି ଯୁବକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏୟାରଫିଲ୍ଡ ଥାନା ପୁଲିସ୍ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।
Comments are closed, but trackbacks and pingbacks are open.