ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରୁ ମଣିଷ ଖପୁରୀ ଓ ହାଡ଼ ଜବତ ହୋଇଛି। ଏକ ଡଷ୍ଟବିନ୍ରେ ଜରିରେ ଭର୍ତ୍ତି ହୋଇ ହାଡ଼, କଙ୍କାଳ ଓ ଖପୁରୀ ପଡ଼ିଥିଲା। ସଫେଇ କର୍ମଚାରୀମାନେ ସକାଳେ ସଫା କରିବାବେଳେ ଏହାକୁ ଦେଖି ପୁଲିସକୁ ଖବର ଦେଇଥିଲେ।
ପୁଲିସ ପହଞ୍ଚି ହାଡ଼ ଓ ଖପୁରୀ ଜବତ କରିଛି। ଏହି ଖପୁରି ଓ ହାଡ଼ କାହାର, କେଉଁ ପରିସ୍ଥିତିରେ ଓ କିପରି ସେଠାକୁ କଙ୍କାଳ ଆସିଲା, ପୁଲିସ ତାହାର ତଦନ୍ତ କରୁଛି।
Comments are closed, but trackbacks and pingbacks are open.