ରାଜଧାନୀରେ ଲୁଟେରାକୁ କାବୁ କଲେ ଯୁବତୀ

Get real time updates directly on you device, subscribe now.

ଭୁବନେଶ୍ୱର : ରାଜଧାନୀରେ ଫେଲ୍ ମାରିଲା ଲୁଟେରାଙ୍କ ପ୍ଲାନ୍‌। ଲୁଟେରାଙ୍କୁ କାବୁ କଲେ ଯୁବତୀ। ଗତକାଲି ରାତିରେ ଯୁବତୀ ଜଣକ ବୁଲେଟରେ ନିଜ ଘରକୁ ଫେରୁଥିଲେ। ଡୁମୁଡୁମା ନଗର ଅଟୋଷ୍ଟାଣ୍ଡ ପାଖରେ ଦୁଇ ଜଣ ଲୁଟେରା ତାଙ୍କ ଫୋନ୍ ଝାମ୍ପି ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଫୋନ୍‌କୁ ସହଜରେ ଯୁବତୀ ଜଣକ ଛାଡିନଥିଲେ। ଲୁଟେରା ଓ ଯୁବତୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଯୁବତୀ ଜଣଙ୍କ ଲୁଟେରାଙ୍କ ହାତରୁ ମୋବାଇଲ୍ ଫୋନ୍ ଛଡାଇ ଆଣିବା ସହ ଲୁଟେରାଙ୍କୁ ମାଡି ବସିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ଜଣଙ୍କୁ ଗିରଫ କରିଛି। ଧସ୍ତାଧସ୍ତିରେ ଯୁବତୀ ଜଣକ ଆହତ ହୋଇଛନ୍ତି। ଡୁମଡୁମା ଭଳି ବ୍ୟସ୍ତବହୁଳ ଅଞ୍ଚଳରେ ସନ୍ଧ୍ୟା ସମୟରେ ଲୁଟେରାଙ୍କ ଏଭଳି ଆତଙ୍କରାଜକୁ ନେଇ ପୋଲିସ୍‌ ପାଟ୍ରୋଲିଂକୁ ନେଇ ପ୍ରଶ୍ନ ଉଠିଛି । ଯୁବତୀଙ୍କ ସାହାସିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons