ରାଜଧାନୀରେ ଶିଶୁବିକି୍ର ମାମଲା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜଧାନୀରେ ଶିଶୁ ବିକ୍ରି ମାମଲାରେ ଖଣ୍ଡଗିରି ଥାନା ପୁଲିସ ଦୃଢ଼ କାର୍ଯ୍ୟାନୁÂାନ ନେଇଛି । ଶିଶୁର ବାପା, କିଣିଥିବା ବ୍ୟକ୍ତି ଓ ଦୁଇ ଦଲାଲଙ୍କୁ ଗିରଫ କରିଛି । ପାଳିତ ବାପା ମଞ୍ଚେଶ୍ୱର ରଙ୍ଗମାଟିଆରେ ରହୁଥିବା ଯାଜପୁର ଧର୍ମଶାଳାର ଇଂ.ପ୍ରଶାନ୍ତ କୁମାର ଗୋଚ୍ଛାୟତ(୩୮), ମଧ୍ୟସ୍ଥି ଡୁମୁଡୁମା ଫେଜ୍-୨ରେ ରହୁଥିବା ଗଞ୍ଜାମ ବୁଗୁଡ଼ାର ମାନସ ରଞ୍ଜନ ମହାପାତ୍ର(୩୯) ଓ ଭରତପୁର ସତ୍ୟନଗର ବସ୍ତିରେ ରହୁଥିବା ପଦ୍ମା ଓରଫ ପଦୁଆ ଦାସ(୬୫) ନାମକ ବୃଦ୍ଧାଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଏହି ଶିଶୁ କିଣାବିକା ମାମଲାରେ ଜଣେ ଆଶାକର୍ମୀଙ୍କ ସମେତ ଅନ୍ୟମାନଙ୍କର ସଂପୃକ୍ତି ଥିବା ମଧ୍ୟ ଜଣାପଡ଼ିଛି । ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି । ସେପଟେ ଉଦ୍ଧାର ଶିଶୁର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ତାକୁ କ୍ୟାପିଟାଲ ହସ୍ପିଟାଲ ଶିଶୁ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି ।
ସୂଚନା ଥାଉକି, ଗଞ୍ଜାମର ଦମ୍ପତି ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ସତ୍ୟନଗର ବସ୍ତିରେ ରହୁଥିଲେ । ମୂଲପାତି ଲାଗି ସେମାନେ ଚଳନ୍ତି । ସେମାନଙ୍କର ପୂର୍ବରୁ ୪ ସନ୍ତାନ ଥିବା ବେଳେ ୧୯ ଦିନ ତଳେ ମହିଳା ଆଉ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ଆର୍ଥିକ ଅବସ୍ଥା ଭଲ ନଥିବାରୁ ୧୯ ଦିନର ଶିଶୁପୁତ୍ରକୁ ସେମାନେ ବିକ୍ରି କରିବାକୁ ଚାହିଁଥିଲେ । ଏ ବିଷୟରେ ଉକ୍ତ ବସ୍ତିରେ ରହୁଥିବା ବୃଦ୍ଧା ପଦୁଆଙ୍କୁ ଶିଶୁର ମା’ ଜଣାଇଥିଲେ । ଡୁମୁଡୁମାରେ ରହୁଥିବା ମାନସଙ୍କ ବନ୍ଧୁ ପ୍ରଶାନ୍ତ ଜଣେ ଇଞ୍ଜିନିୟର । ସେ ରାଜଧାନୀର ଏକ ଘରୋଇ କମ୍ପାନୀରେ ଚାକିରି କରିଛନ୍ତି । ତାଙ୍କର କୌଣସି ସନ୍ତାନସନ୍ତତି ନଥିଲେ । ମାନସ ଏ ବିଷୟ ଜାଣିଥିଲେ । ପଦୁଆଙ୍କ ଠାରୁ ଶିଶୁ ପୁତ୍ର ବିକ୍ରି ବିଷୟ ଜାଣିବା ପରେ ସେ ପ୍ରଶାନ୍ତଙ୍କୁ ଜଣାଇଥିଲେ । ତେଣୁ ପ୍ରଶାନ୍ତ ଗତ ୧୩ ତାରିଖରେ ଶିଶୁର ମା’ଙ୍କୁ ୧୦ ହଜାର ଟଙ୍କା ଦେଇ କିଣି ନେଇଥିଲେ । କୋର୍ଟ ପେପରରେ ଏଗ୍ରିମେଣ୍ଟ୍ ହୋଇ ମାନସ, ଜଣେ ଆଶକର୍ମୀ, ବୃଦ୍ଧା ପଦୁଆଙ୍କ ଉପସ୍ଥିତିରେ ଶିଶୁ କିଣାବିକା ହୋଇଥିଲା ।
ତେବେ ଦେଢ଼ ଲକ୍ଷ ଟଙ୍କାରେ ଶିଶୁ ବିକ୍ରି ହୋଇଥିବା ଓ ଶିଶୁର ମା’ ଅଗ୍ରୀମ ଆକାରରେ ୧୦ ହଜାର ଟଙ୍କା ନେଇଥିବା ଖବର ପ୍ରଘଟ ହୋଇଥିଲା । ରାଜଧାନୀରେ ଶିଶୁପୁତ୍ରକୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଖବର ପ୍ରଚାରିତ ହେବାପରେ ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ଗତକାଲି ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ସହ ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ଭରତପୁର ସତ୍ୟନଗରରେ ଚଢ଼ଉ କରି ଶିଶୁର ବାପା ଓ ମା’ଙ୍କୁ ଉଠାଇ ଆଣିଥିଲେ । ପଚରାଉଚରା ବେଳେ ସେମାନେ ଅଭାବଅନଟନରେ ପଡ଼ି ଶିଶୁକୁ ଦାନ କରି ଦେଇଥିବା କହିଥିଲେ । କିନ୍ତୁ ଶିଶୁ ପୁତ୍ରକୁ କାହାକୁ ଦେଇଛନ୍ତି ସେ ନେଇ କିଛି ବି ସୂଚନା ଦେଇ ନଥିଲେ । କେବଳ ମୋବାଇଲ୍ ନମ୍ବର ପୁଲିସକୁ ଦେଇଥିଲେ । ପୁଲିସ ଉକ୍ତ ମୋବାଇଲ ଫୋନ୍ରେ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସୁଇଚ୍ ଅଫ୍ ରହିଥିଲା । ସନ୍ଧ୍ୟାରେ ମୋବାଇଲ୍ ଫୋନ୍ ଅନ୍ ହେବାପରେ ପୁଲିସ ମୋବାଇଲକୁ ଟ୍ରାକିଂ କରି ଗତକାଲି ରାତିରେ ମଞ୍ଚେଶ୍ୱର ରଙ୍ଗମାଟିଆରେ ଚଢ଼ଉ କରି ଶିଶୁପୁତ୍ରକୁ ଉଦ୍ଧାର କରିବା ସହ କିଣିଥିବା ପ୍ରଶାନ୍ତଙ୍କୁ ଗିରଫ କରିଥିଲା । ପ୍ରଶାନ୍ତଙ୍କ ଠାରୁ ସୂଚନା ପାଇ ପୁଲିସ ମାନସ ଓ ପଦୁଆଙ୍କୁ ଆଜି ଗିରଫ କରିଥିଲା । ଉଦ୍ଧାର ଶିଶୁପୁତ୍ରକୁ ତା’ର ମା’ ଓ ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଅଭାବ ଅନଟନରେ ପଡ଼ି ରାଜଧାନୀରେ ଶିଶୁବିକ୍ରି ହେବା ଘଟଣା ୨ ଦିନ ହେଲା ସାରା ରାଜ୍ୟରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons