ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଦେଶର ଅଗ୍ରଣୀ ଲଗେଜ ଓ ବ୍ୟାକ୍ପ୍ୟାକ୍ ବ୍ରାଣ୍ଡ ସଫାରୀ ବ୍ୟାଗ୍ସ ରାଜଧାନୀ ଭୁବନେଶ୍ୱରରେ ନିଜର ପ୍ରଥମ ଏକ୍ସକ୍ଲୁସିଭ୍ ସଫାରୀ ଆଉଟ୍ଲେଟ୍ ଖୋଲିଛି । ସଫାରୀ ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆର ବିକ୍ରୟ ମୁଖ୍ୟ ଇନ୍ଦ୍ରନୀଲ ରୟ ଏହି ନୂଆ ଷ୍ଟୋରକୁ ଉଦ୍ଘାଟନ କରିଛନ୍ତି । ଏଥିସହ ଓଡ଼ିଶାରେ ସଫାରୀ ବ୍ୟାଗ୍ସର ଏକ୍ସକ୍ଲୁସିଭ୍ ଆଉଟ୍ଲେଟ୍ ସଂଖ୍ୟା ୫ରେ ପହଞ୍ଚିଛି । ଏହି ନୂଆ ଏକ୍ସକ୍ଲୁସିଭ୍ ସଫାରୀ ଆଉଟ୍ଲେଟ୍ରେ ଗ୍ରାହକ ସବୁ ପ୍ରକାର ସଫାରୀ ଲଗେଜ୍ ଓ ବ୍ୟାକ୍ପ୍ୟାକ୍ ପାଇପାରିବେ । କମ୍ପାନି ପକ୍ଷରୁ ସଫାରୀ ଲଗେଜ୍ରେ ୫ ବର୍ଷର ଆନ୍ତର୍ଜାତିକ ୱାରେଣ୍ଟି ଦିଆଯାଉଛି । ଭୁବନେଶ୍ୱର ପୂର୍ବରୁ କଟକ, ବ୍ରହ୍ମପୁର, ବାଲେଶ୍ୱର ଓ ଝାରସୁଗୁଡ଼ାରେ କମ୍ପାନିର ଏକ୍ସକ୍ଲୁସିଭ୍ ସଫାରୀ ଆଉଟ୍ଲେଟ୍ ରହିଛି । ଏହି ସ୍ୱତନ୍ତ୍ର ଷ୍ଟୋର ତଥା ମଲ୍ଟିବ୍ରାଣ୍ଡ ଆଉଟ୍ଲେଟ୍ ଜରିଆରେ ସଫାରୀ ରାଜ୍ୟର ସଂଗଠିତ ଲଗେଜ୍ ବଜାରରେ ୨୦% ଅଂଶୀଦାର ରହିଛି । ଆଗାମୀ ୬ ମାସ ମଧ୍ୟରେ କମ୍ପାନି ରାଜ୍ୟରେ ଆଉ ୨ଟି ନୂଆ ଷ୍ଟୋର ଖୋଲିବାକୁ ଲକ୍ଷ୍ୟ ରଖିଛି । ଏ ଅବସରରେ ସଫାରୀ ବ୍ୟାଗ୍ସ ଜୋନାଲ୍ ମ୍ୟାନେଜର ପ୍ରାର୍ଥିବ ଦତ୍ତ, ଶାଖା ମୁଖ୍ୟ ଜିତେନ୍ଦ୍ର ପାଣିଗ୍ରାହୀ, ଏରିଆ ସେଲ୍ସ ମ୍ୟାନେଜର କୁମାର ଗୌରବ ପଣ୍ଡା, ନୂଆ ଆଉଟ୍ଲେଟ୍ର ଫ୍ରାଞ୍ଚାଇଜ ସ୍ୱତ୍ୱାଧିକାରୀ ପ୍ରସନ୍ନ କୁମାର ସାହୁ ଓ ସୀମା ମହାନ୍ତି ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.