ରାଜପଥ କଡରେ ପଥର ବ୍ଲାଷ୍ଟିଂକୁ ନେଇ ଲୋକେ ଆତଙ୍କିତ

Get real time updates directly on you device, subscribe now.

ଦାରିଙ୍ଗବାଡି,(ବି.ବି.ନୁ୍ୟଜ୍): ଜାତୀୟ ରାଜପଥ ୫୯ ନିର୍ମାଣ ପାଇଁ ବେଆଇନ ଭାବେ ବାରମ୍ବାର ରାଜପଥ ପାଶ୍ୱର୍ରେ ବେଆଇନ ପଥର ବ୍ଲାଷ୍ଟିଂ କରାଯାଉଛି । ଏନେଇ ପ୍ରଶାସନ ନିକଟରେ ଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଟାନ ଗ୍ରହଣ କରା ଯାଉନଥିବା ଅଭିଯୋଗ ହେଉଛି । ପ୍ରଶାସନର ଏଭଳି ଖାମଖିଆଲି ମନୋଭାବ ଯୋଗୁଁ ରାସ୍ଥା କାମ କରୁଥିବା ଠିକା ସଂସ୍ଥା ଦିନକୁ ଦିନ ମନମୁଖୀ କାର୍ଯ୍ୟ କରି ବେଆଇନ ଭାବେ ପଥର ବ୍ଲାଷ୍ଟିଙ୍ଗ କାର୍ଯ୍ୟ ଅଧିକରୁ ଅଧିକ କରୁଥିବା ବେଳେ ସ୍ଥାନୀୟ ଅଂଚଳ ପ୍ରତି ବିପଦ ସୃଷ୍ଟି ହେଇଛି । ମଙ୍ଗଳବାର ଦିନ ଦ୍ୱିପ୍ରହରରେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଡାବୁଲମାହା ଘାଟିରେ ବେଆଇନ ପଥର ବ୍ଲାଷ୍ଟିଙ୍ଗ କରାଯାଇଥିଲା । ବ୍ଲାଷ୍ଟିଙ୍ଗ ଶବ୍ଦ ଶୁଣି ଲୋକେ ଭୟଭିତ ହେବା ସହ ରାସ୍ତାଦେଇ ଯାଉଥିବା ଲୋକେ ପଥର ବାଜିଯିବା ଭୟରେ ଭୟଭିତ ହୋଇ ଯାଇଥିଲେ । ଏପରିକି ପଥର ବ୍ଲାଷ୍ଟିଙ୍ଗ ଯୋଗୁଁ କିଛି ସମୟ ରାସ୍ତା ବ୍ଲକିଙ୍ଗ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା । ବ୍ଲାଷ୍ଟିଙ୍ଗ ପାଖାପାଖି ଘର ଗୁଡିକ ଥରି ଉଠିବାରୁ ଲୋକେ ଭୟଭିତ ହୋଇ ଘରୁ ପଦାକୁ ବାହାରି ଆସିଥିଲେ । ସଂସ୍ଥାରେ ଏପରି ମନମୁଖୀ କାର୍ଯ୍ୟ ଯୋଗୁଁ କେତେ ବେଳେ ଯେ କାହାରି ଜୀବନ ନଯିବ ତାହା କିଛି କହିହେଉ ନାହିଁ । ତୁରନ୍ତ ସ୍ଥାନିୟ ରାଜସ୍ୱ ବିଭାଗ ବେଆଇନ ପଥର ବ୍ଲାଷ୍ଟିଂ ବନ୍ଦ କରାଇବା ସହ ସମ୍ପୃକ୍ତ ସଂସ୍ଥାଙ୍କ ଉପରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି । ଏନେଇ ଦାରିଙ୍ଗବାଡି ତହସିଲଦାର ନିତିସ୍ ତ୍ରିପାଠି ଙ୍କୁ ପଚାରିବାରେ ଜାତୀୟ ରାଜପଥରେ ପଥର ବ୍ଲାଷ୍ଟିଙ୍ଗ କରିବା ବେଆଇନ, ଯଦି ଏଭଳି କିଛି ହେଉଥାଏ ତାହାର ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons