ରାଜପଥ ପ୍ରକଳ୍ପ ପାଇଁ ୧.୨୫ ଲକ୍ଷ କୋଟି ଋଣ ଦେବ ଏଲ୍ଆଇସି

Get real time updates directly on you device, subscribe now.

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗତ କିଛିବର୍ଷ ହେବ ଭିତ୍ତିଭୂମି ବିକାଶ ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ଫଳରେ ବିଭିନ୍ନ ସଂସ୍ଥା ଏହି କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ କରି ଲାଭବାନ ହେଉଛନ୍ତି । ଏହାର ସୁଯୋଗ ନେଇ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ଭିତ୍ତିଭୂମି ନିବେଶକାରୀଙ୍କୁ ଋଣ ଯୋଗାଇ ଲାଭବାନ ହୋଇଛି । ଏମିତି କି ଦେଶର ରାଜପଥ ପ୍ରକଳ୍ପଗୁଡ଼ିକ ପାଇଁ ଏହା ୨୦୨୪ ସୁଦ୍ଧା ୧.୨୫ ଲକ୍ଷ କୋଟି ଟଙ୍କା ଋଣ ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି ।
ତାଙ୍କ କହିବାନୁଯାୟୀ ସରକାର ଏବେ ଭାରତମାଳା ପ୍ରକଳ୍ପ ଉପରେ ମନୋନିବେଶ କରିଛନ୍ତି । ଏଥିରେ ୮.୪୧ ଲକ୍ଷ କୋଟି ଟଙ୍କା ନିବେଶ ହେବ ବୋଲି ଆକଳନ କରାଯାଇଛି । ଏହି ନିବେଶ ଲକ୍ଷ୍ୟ ପୂରଣ ପାଇଁ ସରକାର ପେନ୍ସନ ଓ ବୀମା ପାଣ୍ଠି ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସରକାର ଏ ବାବଦରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ଏଲ୍ଆଇସି ମଧ୍ୟ ଯୋଗାଇବାକୁ ଆଗଭର ହୋଇଛି ।
ଏଲ୍ଆଇସି ବର୍ଷକୁ ୨୫,୦୦୦ କୋଟି ଟଙ୍କା ଋଣ ଯୋଗାଇବାକୁ ଅଫର ଦେଇଛି ଏବଂ ବର୍ଷକୁ ଏହା ୧.୨୫ ଲକ୍ଷ କୋଟି ଟଙ୍କା ଦେବ ବୋଲି ସହମତି ଜଣାଇଛି । ତେଣୁ ଆମେ ଏହି ପାଣ୍ଠିକୁ ରାଜପଥ ପ୍ରକଳ୍ପଗୁଡ଼ିକରେ ନିବେଶ କରିବାକୁ ଯୋଜନା ରଖିଛୁ । ଏଲ୍ଆଇସି ଏହି ପ୍ରକଳ୍ପ ପାଇଁ ଋଣ ଯୋଗାଇବାକୁ ରାଜି ହୋଇଛି । ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଓ ଏଲ୍ଆଇସି ଅଧ୍ୟକ୍ଷ ଆର୍ କୁମାରଙ୍କ ମଧ୍ୟରେ ଏ ନେଇ ଆଲୋଚନା ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons