ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନ୍ସିପ୍:କାର୍ଯ୍ୟ ତଦାରଖ କଲେ କ୍ରୀଡ଼ା ମନ୍ତ୍ରୀ

Get real time updates directly on you device, subscribe now.

କଟକ,(ବି.ବି.ନ୍ୟୁଜ୍): ଆସନ୍ତା ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନ୍ସିପ୍ । ଏ ନେଇ ଆଜି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କଟକ ଆସି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି । ଏହି ଅବସରରେ ଶ୍ରୀ ବେହେରା ଷ୍ଟାଡିୟମ୍ର ଭିତର,ବାହାର, ଦର୍ଶକ ଗ୍ୟାଲେରୀ, ଖେଳାଳି ମାନଙ୍କ ବସିବା ଏବଂ ଖେଳିବା ସ୍ଥାନ, ପ୍ରେସ୍ ବକ୍ସ ଆଦି ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ଚାମ୍ପିଅନ୍ସିପ୍ ଲାଗି କ’ଣ ସବୁ ପ୍ରସ୍ତୁତି କରାଯାଇଛି ସେ ସମ୍ପର୍କରେ ପଚାରି ବୁଜିଥିଲେ । ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରି ଅନ୍ତର୍ଜାତୀୟ ଖେଳକୁ ସଫଳ ଆୟୋଜନ ନିମନ୍ତେ ଅଧିକାରୀ ଓ କର୍ମଚାରୀଙ୍କୁ ସଜାଗ ରହିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଆସନ୍ତା ୧୪ ତାରିଖରେ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନ୍ସିପ୍ ଲାଗି କଟକ ଠାରେ କ୍ରୀଡ଼ା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷରେ ଖେଳାଳି ମାନେ ଆସନ୍ତା ୧୫ତାରିଖ ସୁଦ୍ଧା ଭୁବନେଶ୍ୱରରେ ପହଞ୍ôଚବେ । ୧୬ ତାରିଖରେ କଟକ ଆସି ଅଭ୍ୟାସ କରିବେ । ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମ୍ ସ୍ଥିତ ସଚିନ ତେନ୍ଦୁଲକର ଇନ୍ଡୋର ହଲ୍ରେ ଖେଳାଳିଙ୍କ ଅଭ୍ୟାସ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିଲାଗି ୬ଟି ଟେବୁଲ୍ କରାଯାଇଥିବା ଓଡ଼ିଶା ଟେବୁଲ୍ ଟେନିସ୍ ସଂଘ ତରଫରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଏବେ ସୁଦ୍ଧା ୧୫ ଦେଶ ନିଶ୍ଚିତ ଆସିବାର ସଙ୍କେତ ମିଳିଥିବା ବେଳେ ପାକିସ୍ତାନକୁ ନେଇ ଦ୍ୱନ୍ଦ୍ୱ ବଢିଚାଲିଛି । ପ୍ରତିଯୋଗିତାକୁ ଆଉ ମାତ୍ର ୪ଦିନ ବାକି ଥିବା ବେଳେ ଦଳ ତରଫରୁ ଏ ଯାଏଁ କୌଣସି ସୁବଜସଙ୍କେତ ମିଳିନାହିଁ । ଗୃହ ମନ୍ତ୍ରଣାଳୟର ଅନୁମତି ମିଳିପାରୁନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons