ରାଜ୍ୟପାଳଙ୍କ ଏସ୍କର୍ଟ ଗାଡ଼ି ଦୁର୍ଘଟଣା: ୭ ପୁଲିସ୍ କର୍ମଚାରୀ ଆହତ

Get real time updates directly on you device, subscribe now.

ଖୁଣ୍ଟା,(ବି.ବି.ନୁ୍ୟଜ୍): ଉଦଳା-ବାରିପଦା ୧୯ ନଂ ରାଜ୍ୟ ରାଜପଥ ତଥା ଖୁଣ୍ଟା ଥାନା ଅଧୀନ ପୁରୁଣାପାଣିଠାରେ ଶୁକ୍ରବାର ମଧ୍ୟାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଏସ୍କର୍ଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୭ରୁ ଊଦ୍ଧ୍ୱର୍ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ରାଜ୍ୟପାଳଙ୍କ ଗାଡ଼ି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ଆହତମାନଙ୍କୁ ପୁଲିସ୍ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ରାଜ୍ୟପାଳ ଖୁଣ୍ଟା ବ୍ଳକ ଅଧୀନଧାନଘେରା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ ସାରି ଏସ୍କର୍ଟରେ ବାରିପଦା ଅଭିମୁଖେ ଫେରୁଥିଲେ । ଜଣେ ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଦୁଇଟି ଏସ୍କର୍ଟ ଭ୍ୟାନ ମଧ୍ୟରେ ଦୁର୍ଘଟଣା ହୋଇଥିଲା । ରାଜ୍ୟପାଳଙ୍କ ସମେତ ମୟୂରଭଞ୍ଜ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ,ଏସ୍ପି ପରମାର ସ୍ମିଥ୍ ପୁରୁଷୋତ୍ତମ ଦାସ, ପୁଲିସ୍ ଏସ୍କର୍ଟ ନେଇ ଅପରାହ୍ନ ୨ଟାରେ ବାରିପଦା ଅଭିମୁଖେ ସର୍କିଟ ହାଉସକୁ ଫେରୁଥିଲେ । ଆଗରେ ସାଇରନ ବଜାଇ ପାଇଲଟ ଜିପ୍ ଯାଉଥିବା ବେଳେ ପଛରେ ଏସ୍କର୍ଟର ସେକ୍ଟର-୧, ସେକ୍ଟର-୨ ବୋଲେରୋ ଚାଲିଥିଲା । ପଛରେ ରାଜ୍ୟପାଳଙ୍କ ଗାଡ଼ି ଓ ଅନ୍ୟ ଅଧିକାରୀଙ୍କ ଗାଡ଼ି ରାସ୍ତାରେ ଚାଲିଥିବାବେଳେ ପାଇଲଟ ଗାଡ଼ି ପଛେ ପଛେ ଥିବା ଏସ୍କର୍ଟର ସେକ୍ଟର-୧ ଗାଡ଼ି ଆଗକୁ ଜଣେ ସାଇକେଲ ଆରୋହୀ ପଳାଇ ଆସିଥିଲା । ତାକୁ ବଞ୍ଚାଇବାକୁ ଯାଇ ସେକ୍ଟର-୧ ଗାଡ଼ିଟି ବ୍ରେକ ମାରି ଅଟକିଥିବା ବେଳେ ପଛପଟୁ ସେକ୍ଟର-୨ ପଛପଟୁ ପିଟି ହୋଇଥିଲା । ପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଖୁଣ୍ଟା ପୁଲିସ ଜବତ କରି ଡୁକୁରା ପୁଲିସ୍ ବିଟ୍ ହାଉସରେ ରଖାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons