ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ବିଶ୍ବ ବୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତ କରିବାପରେ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ ଜରିାରେ ସେ କହିଛନ୍ତି ଯେ, ବିଶ୍ବଭୂଷଣ ବାବୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ହେବା ଓଡିଶା ପାଇଁ ଗୌରବ ଏବଂ ସମ୍ମାନର ବିଷୟ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କଠାରୁ ଆରମ୍ଭ କରି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପର୍ୟ୍ୟନ୍ତ ବହୁ ରାଜନେତା ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ରହିଛନ୍ତି । ହରେକୃଷ୍ଣ ମହତାବ ବମ୍ବେର ରାଜ୍ୟପାଳ ଥିଲେ । ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଆସାମର ରାଜ୍ୟପାଳ ଥିଲେ । ଲୋକନାଥ ମିଶ୍ର ମଧ୍ୟ ଆସାମର ରାଜ୍ୟପାଳ ଥିଲେ । ତିନ୍ତାମଣି ପାଣିଗ୍ରାହୀ ମଣିପୁରର ରାଜ୍ୟପାଳ ଥିଲେ । ବିଜେପି ନେତ୍ରୀ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡ ରାଜ୍ୟପାଳ ଅଛନ୍ତି ।


Comments are closed, but trackbacks and pingbacks are open.