ରାଜ୍ୟବ୍ୟାପୀ ଔଷଧ ଗୋଦାମ ଯାଞ୍ଚ୍

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): କରୋନା ଚିକିତ୍ସାରେ ବ୍ୟବହୃତ ଔଷଧ, ଇଞ୍ଜେକସନ୍, ଟିକା ସମେତ ବିଭିନ୍ନ ଚିକିତ୍ସା ଉପକରଣର କଳାବଜାର ହେଉଥିବା ଜଣାପଡିବା ପରେ ରାଜ୍ୟବ୍ୟାପୀ ଔଷଧ ଗୋଦାମ ଯାଞ୍ଚ୍ ଆରମ୍ଭ ହୋଇଛି । କରୋନା ସମୟରେ ଅତ୍ୟାବଶ୍ୟକ ଥିବା ଔଷଧ ଓ ସରଞ୍ଜାମର କେତେକ ମୁନାଫାଖୋର ଅଧିକୃତ ବିକ୍ରେତା (ହୋଲସେଲ୍) ବ୍ୟବସାୟୀ କଳାବଜାର କରୁଥିବା ଅଭିଯୋଗ ମିଳିବା ପରେ ସରକାରୀ ସ୍ତରରେ ରାଜ୍ୟବ୍ୟାପୀ ଏହି ଧରପଗଡ଼ ଆରମ୍ଭ ହୋଇଛି । ପୁଲିସ୍ ଏବଂ ଡ୍ରଗସ୍ କଣ୍ଟେ୍ରାଲ୍ରଙ୍କୁ ନେଇ ଗଠିତ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ କଳାବଜାରୀଙ୍କ ବିରୋଧରେ ମିଳିତ କାର୍ଯ୍ୟାନୁÂାନ ଆରମ୍ଭ କରିଛି ।
ପ୍ରଥମ ଦିନରେ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ର ଏକ ମିଳିତ ଟିମ୍ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ଔଷଧ ଡିପୋରେ ଚଢଉ କରିଛନ୍ତି । କଟକ ସହରର ପୁରୀଘାଟ ଥାନା କାଠଗଡ଼ା ସାହିର କେତେକ ହୋଲସେଲ୍ ମେଡିସିନ୍ କାଉଣ୍ଟର ସମେତ ସଦର ଥାନା ଅଞ୍ଚଳର ଭାପୁର ଓ ପ୍ରତାପ ନଗରୀରେ ଥିବା କେତେକ ଗୋଦାମ ଉପରେ ଚଢ଼ଉ କରାଯାଇଛି । ସେହିପରି ଭୁବନେଶ୍ୱରରେ ପାହାଳ ଏବଂ ୟୁନିଟ୍-୩ ସ୍ଥିତ ଔଷଧ ଡିପୋରେ ଚଢଉ କରାଯାଇଥିବା ସୂଚନା ମିଳିଛି । ଚଢ଼ଉ ସମୟରେ ଟିମ୍ର ସଦସ୍ୟମାନେ ଔଷଧ ଡିପୋରେ ଥିବା ସମସ୍ତ ରେକର୍ଡପତ୍ରକୁ ତନଖି କରିବା ସହ ବିଭିନ୍ନ ହସ୍ପିଟାଲ୍ ଏବଂ ମେଡିସିନ୍ ଦୋକାନ ଆଦିକୁ କାରବାର ହେଉଥିବା ଔଷଧର ଷ୍ଟକ୍ ଏଣ୍ଟ୍ରି ଯାଞ୍ଚ୍ କରିଥିଲେ । ଏହି ଅବସରରେ କୋଭିଡ୍-୧୯ ଔଷଧ କାରବାରର ସଂକ୍ରନ୍ତୀୟ ଟିକିନିଖି ତଥ୍ୟ ପ୍ରତିଦିନ ଅପ୍ଡେଟ୍ କରିବାକୁ ବ୍ୟବସାୟୀମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଏହି ଟିମ୍ରେ ଡ୍ରଗ୍ସ ଇନ୍ସପେକ୍ଟର, ସ୍ପେସାଲ୍ ଟାସ୍କ୍ ଫୋର୍ସ, କ୍ରାଇମବ୍ରାଞ୍ଚର ଅଧିକାରୀ ଏବଂ କମିସନରେଟ୍ ପୁଲିସ୍ ଅଧିକାରୀମାନେ ସାମିଲ ଥିବା ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଯାଜପୁର ସମେତ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ମେଡିସିନ୍ ହୋଲ୍ସେଲ୍ କାଉଣ୍ଟରଗୁଡ଼ିକ ଉପରେ ଚଢ଼ଉ କରାଯାଇଥିବାର ଖବର ମିଳିଛି ।
ସୂଚନାଯୋଗ୍ୟ, କୋଭିଡ୍ ଔଷଧ କଳାବଜାର ରୋକିବାକୁ କ୍ରାଇମବ୍ରାଞ୍ଚ୍ ଅତିରିକ୍ତ ଡିଜି ଯଶୋୱନ୍ତ ଜେଠ୍ୱା, ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଏବଂ ଡ୍ରଗ୍ସ କଣ୍ଟେ୍ରାଲର୍ଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି । କଟକ-ଭୁବନେଶ୍ୱରରେ ଔଷଧ କଳାବଜାର ରୋକିବାକୁ ୭ଟି ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଗଠନ କରାଯାଇଛି । ସେହିପରି ରାଜ୍ୟର ଅନ୍ୟ ଅଞ୍ଚଳରେ ଯାଞ୍ଚ୍ ଲାଗି ୧୫ଟି ସ୍କ୍ୱାଡ୍ ଗଠନ କରାଯାଇଛି । ଉକ୍ତ ଏନ୍ଫୋର୍ସମେଣ୍ଟ କାର୍ଯ୍ୟର ସମୀକ୍ଷା ଦାୟିତ୍ୱ ଅତିରିକ୍ତ ଡିଜି ଶ୍ରୀ ଜେଠୱାଙ୍କ ଉପରେ ନ୍ୟସ୍ତ ରହିଛି । କୌଣସି ସ୍ଥାନରେ କୋଭିଡ୍ ଚିକିତ୍ସା ବାବଦ ଔଷଧର କଳାବଜାର ହେଉଥିବା ଖବର ପାଇବା ମାତ୍ରେ ଉକ୍ତ ବ୍ୟବସାୟିକ ସଂସ୍ଥା ଉପରେ ଚଢଉ କରାଯାଇ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ପୁଲିସ୍ ପକ୍ଷରୁ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons