ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଲା

Get real time updates directly on you device, subscribe now.

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ନୂଆ ୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ନୂଆ ୬ ଆକ୍ରାନ୍ତ ଯାଜପୁର ଜିଲ୍ଲାର। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି।
ସେମାନଙ୍କର ବୟସ ୫୨, ୨୩, ୪୯, ୫୭, ୩୯ ଓ ୫୦ ବର୍ଷ ବୟସର । ଏମାନେ ସମସ୍ତେ ପୁରୁଷ। ଏହାର ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି ବୋଲି ଜଣାପଡ଼ିଛି। ଏଠାରେ ଯାଜପୁର ସମେତ ଭଦ୍ରକ ଓ ବାଲେଶ୍ୱରରେ ୬୦ ଘଣ୍ଟା ପାଇଁ ଜିଲ୍ଲାକୁ ସଟ୍‌ଡାଉନ୍‌ କରାଯାଇଛି। ତେବେ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ଭାବେ କରୋନା ଜିଲ୍ଲା ଯାଜପୁରରେ ହିଁ ବାହାରିଛି। ତେବେ
ସେହିପରି ଆଜି ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି। ଜିଲ୍ଲାରେ ମୋଟ ୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ୨ ଜଣ ଓ ଆଜି ଜଣେ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟର ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ଆଉ ୫୯ ଜଣ ଚିକିତ୍ସାଧୀନ ଅଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons