ରାଜ୍ୟରେ ପିଏମ୍‌ଜିଏସଓ୍ବାଇ ଦୁର୍ନୀତି ଅଭିଯୋଗ : ମନ୍ତ୍ରୀ କହିଲେ ଅଭିଯୋଗ ଆସିଲେ ହେବ ତଦନ୍ତ

Get real time updates directly on you device, subscribe now.

ଭୁବନେଶ୍ବର : ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର‌୍ୟାୟ । ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଦୁର୍ନୀତି ଅଭିଯୋଗ । ବିଧାନସଭାରେ ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଟେଣ୍ଡର ହେଉନି ଅଥଚ ଘରେ ବସି କାମ ଫାଇନାଲ ହେଉଛି ବୋଲି ଅଭିଯୋଗ କରିଛନ୍ତି ସୁର ।
ସେପଟେ ଏ ପ୍ରସଙ୍ଗରେ ଉତ୍ତର ରଖି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ, କାମର ଯାଞ୍ଚ ଲାଗି ତ୍ରିସ୍ତରୀୟ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ୫୫ହଜାର ୬୩ କିଲୋମିଟର ରାସ୍ତା ଏହି ଯୋଜନାରେ ନିର୍ମାଣ ହୋଇଛି । ଗତ ୫ବର୍ଷରେ ୨୨ହଜାର ୩୧୮ କିଲୋମିଟର ରାସ୍ତା ରକ୍ଷଣାବେକ୍ଷଣ କରାଯାଉଛି । ଯେଉଁ ଠିକାଦାର ରାସ୍ତାର ରକ୍ଷଣାବେକ୍ଷଣ କରୁ ନାହାନ୍ତି ସେମାନଙ୍କଠାରୁ ୧.୭୧କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି । ରାସ୍ତା କାମରେ ଅନିୟମିତତା ରୋକିବା ପାଇଁ ଏକ ଫୋନ୍ ନମ୍ବର ଜାରି କରାଯାଇଛି । ଲୋକେ ୯୪୩୭୦୩୪୩୨୧ ନମ୍ବରକୁ କଲ୍ କରି ଅଭିଯୋଗ ବି କରିପାରିବେ । ଅଭିଯୋଗ ଆସିଲେ ୭ ଦିନ ମଧ୍ୟରେ ତଦନ୍ତ ହେବ । ୬୦ ଦିନ ମଧ୍ୟରେ କାର‌୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons