
ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡ଼ା ସହରରେ ଆଜିଠାରୁ ବିଭିନ୍ନ ବସ୍ତିରେ କରୋନା ଟିକାକରଣ ଆରମ୍ଭ ହୋଇଛି । ରାଜ୍ୟରେ ପ୍ରଥମଥର ପାଇଁ ପ୍ରଶାସନ ପକ୍ଷରୁ ଘରକୁ ଘର ବୁଲି ଟିକାକରଣ କାର୍ଯ୍ୟକ୍ରମ କରାଯାଇଛି । ଆଜି ପ୍ରଥମ ଦିନରେ ରାମଚନ୍ଦ୍ରପୁର ଏବଂ ଆମ୍ବଗୁଡ଼ା ସାହିରେ ଟିକାକରଣ କରାଯାଇଛି । ରାମଚନ୍ଦ୍ରପୁର ଠାରେ ୫୨ ଏବଂ ଆମ୍ବଗୁଡ଼ା ଠାରେ ୬୭ ଜଣ ବୟସ୍କ ନାଗରିକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟିକା ପ୍ରଦାନ କରାଯାଇଥିଲା । ଆଜି ସକାଳୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଏହି ଦୁଇ ବସ୍ତିରେ ଘରକୁ ଘର ବୁଲି ପ୍ରଥମେ ବୟସ୍କଙ୍କ ସର୍ଭେ କରିଥିଲେ । ସର୍ଭେ ପରେ ସେମାନଙ୍କ ଆଧାରକାଡର଼୍ ଆଣି ବସ୍ତିରେ ପଞ୍ଜୀକରଣ କରାଯାଇଥିଲା । ପଞ୍ଜୀକୃତ ହେବାପରେ ଉପସ୍ଥିତ ବୟସ୍କଙ୍କୁ କୋଭଡ୍ ଟିକା ପ୍ରଦାନ କରାଯାଇଥିଲା । ସହରର ସମସ୍ତ ୫୧ ଟି ବସ୍ତିରେ ଆସନ୍ତା ବୁଧବାର ସୁଦ୍ଧା ଟିକାକରଣ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି । ବସ୍ତି ଅଞ୍ଚଳରୁ ଲୋକେ ସ୍ୱଇଚ୍ଛାରେ ଆସି କୋଭିଡ୍ ଟିକା ଗ୍ରହଣ କରିବା ନିରୁତ୍ସାହଜନକ ଥିବାରୁ ପ୍ରଶାସନର ନିଦେ୍ର୍ଧଶ କ୍ରମେ ସ୍ୱାସ୍ଥ୍ୟ ବିଭାଗ ଏଭଳି ପଦକ୍ଷେପ ଗ୍ରହଣ କରିଛି । ସ୍ୱାସ୍ଥ୍ୟ ବିଭାଗର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି । ସମସ୍ତ ନାଗରିକଙ୍କୁ ଟିକାକରଣ କରିବା ସରକାରଙ୍କ ଲକ୍ଷ । ରହିଥିବାରୁ ଅସଚେତନ ଥିବା ବ୍ୟକ୍ତିଙ୍କୁ ଟିକା ପ୍ରଦାନ ପାଇଁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ, ଆଜି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୬୭ ଜଣ ଟିକା ଗ୍ରହଣ କରିଛନ୍ତି । ପଞ୍ଜୀକରଣ କରିଥିବା ବରିÂ ନାଗରିକମାନେ ମେଡ଼ିକାଲରେ ପ୍ରତିଦିନ ଟିକା ଗ୍ରହଣ କରୁଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତ୍ତର୍ବନ୍ଧୁ ନାୟକ ଆଜି ଉଭୟ ବସ୍ତିକୁ ଯାଇ ଟିକାକରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ।
Comments are closed, but trackbacks and pingbacks are open.