କଟକ,(ବି.ବି.ନୁ୍ୟଜ୍): ପୁଲିସ ପ୍ରତିÂାନ ପ୍ରଶିକ୍ଷଣ, ବୈରୀଠାରେ ମାର୍ଚ୍ଚ ୩ ତାରିଖଠାରୁ ଆରମ୍ଭ ହୋଇଥିବା ୫୩ତମ ରାଜ୍ୟ ପୁଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ବୁଧବାର ଅପରାହ୍ନରେ ଉଦ୍ୟାପିତ ହୋଇଯାଇଛି । ପୁଲିସ ଡିଜି ଶ୍ରୀ ଅଭୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅଂଶ ଗ୍ରହଣ କରି ଏକ ବର୍ଣ୍ଣାଢ଼୍ୟ ପ୍ୟାରେଡ଼୍ରେ ଅଭିବାଦନ ଗ୍ରହଣ କରିଥିଲେ । ବନ୍ଧୁକ ଚାଳନା କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡ଼ିଶା ପୁଲିସର ଏକ ସୁନାମ ରହିଛି । ଭଲ ଅଭ୍ୟାସ ଜାରି ରଖି ଭବିଷ୍ୟତରେ ସର୍ବଭାରତୀୟ ପୁଲିସ ପ୍ରତିଯୋଗିତାରେ ଅଧିକ ସଫଳତା ହାସଲ ପାଇଁ ଡିଜି ଶ୍ରୀ ଅଭୟ ପ୍ରତିଯୋଗୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ଏସ୍ଓଜି ଭୁବନେଶ୍ୱର ସମସ୍ତ ବିଭାଗରେ ୨୫୪୭ ପଏଣ୍ଟ ପାଇ ସାମଗ୍ରିକ ଭାବେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ କମିସନରେଟ୍ ପୁଲିସ-ବି ଦଳ ୨୫୨୪ ପଏଣ୍ଟ ପାଇ ଦ୍ୱିତୀୟ ଓ ଆଇ.ଆର୍ ବାଟାଲିୟନ୍, ଲାୟନ ଦଳ ୨୩୮୪ ପଏଣ୍ଟ ସହ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଓଏସ୍ଏପି ଷÂ ବାଟାଲିୟନ୍, କଟକ ୨୩୮୨ ପଏଣ୍ଟ ପାଇ ୪ର୍ଥ ସ୍ଥାନ, ଓଏସ୍ଏପି ୪ର୍ଥ ବାଟାଲିୟନ୍ ରାଉରକେଲା ୨୨୦୬ ପଏଣ୍ଟ ପାଇ ପଞ୍ଚମ ଏବଂ ଓଏସ୍ଏପି ତୃତୀୟ ବାଟାଲିୟନ୍ କୋରାପୁଟ ୨୧୩୬ ପଏଣ୍ଟ ସହ ଷÂ ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି । ଚଳିତ ବର୍ଷ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ପୁଲିସ ଜିଲ୍ଲା, ବାଟାଲିୟନ୍ ଓ ପ୍ରତିÂାନରୁ ୨୪ଟି ଦଳ ଏବଂ ୩୩୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସମୁଦାୟ ୩ଟି ବିଭାଗ ରାଇଫଲ୍, ରିଭଲଭର୍/ପିସ୍ତଲ ଓ କାର୍ବାଇନ୍/ଷ୍ଟେନ୍ଗନ୍ ବିଭାଗରେ ପ୍ରତିଯୋଗିତା ସବୁ ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଶ୍ରେÂ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନେ ସର୍ବଭାରତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ସୂଚନାଯୋଗ୍ୟ, ଚଳିତ ବର୍ଷର ଏହି ପ୍ରତିଯୋଗିତା ଏସ୍ଏପିର ସ୍ୱତନ୍ତ୍ର ଡିଜି ଡ. ମନୋଜ କୁମାର ଛାବ୍ରାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ଆଜିର ଏହି ଉଦ୍ୟାପନୀ କାର୍ଯ୍ୟକ୍ରମରେ ଏସ୍ଏପିର ସ୍ୱତନ୍ତ୍ର ଡିଜି ଡ. ମନୋଜ କୁମାର ଛାବ୍ରା ଏବଂ ଅତିରିକ୍ତ ଡିଜି ଆର୍.ପି କୋଚେଙ୍କ ସମେତ ରାଜ୍ୟ ପୁଲିସର ଅନେକ ବରିÂ ଅଧିକାରୀ ଉପସ୍ଥିତ ଥିଲେ । ଓଏସ୍ଏପି ଷÂ ବାଟାଲିୟନ୍ର ଦୁର୍ଗପତି ବୈକୁଣ୍ଠ ବିହାରୀ ରାଉତ ଓ ରାଜ୍ୟ ପୁଲିସ ମୁଖ୍ୟାଳୟର କ୍ରୀଡ଼ା ଅଧିକାରୀ ବିଭୁତି ଭୂଷଣ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Comments are closed, but trackbacks and pingbacks are open.