ବାଲିଅନ୍ତା, (ବି.ବି.ନୁ୍ୟଜ୍): ବରିÂ ବିଜେଡ଼ି ନେତା କମଳ କୁମାର ପାତ୍ରଙ୍କ ନେତୃତ୍ୱରେ ନବ ନିର୍ବାଚିତ ଜୟଦେବ ନିର୍ବାଚନ ମଣ୍ଡଳୀର ଦୁଇ ବ୍ଲକ୍ ସଭାପତି ରାଜ୍ୟ ବିଜେଡି ସଂଯୋଜକ ପ୍ରଣବ ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ସେମାନଙ୍କ ସହିତ ସମସ୍ତ ପଞ୍ଚାୟତ ସଭାପତି ତଥା ଜିଲ୍ଲା କାର୍ଯ୍ୟକାରିଣୀ କମିଟିର ରାଜ୍ୟ ସଂଯୋଜକମାନେ ମଧ୍ୟ ଶ୍ରୀ ଦାସଙ୍କୁ ସାକ୍ଷାତ କରି ତାଙ୍କ ସୂର୍ଯ୍ୟନଗରସ୍ଥିତ କାର୍ଯ୍ୟାଳୟରେ କୃତଜ୍ଞତା ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଦଳୀୟ ନେତୃବୃନ୍ଦ ବହୁ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ବାହାରି ଶ୍ରୀ ଦାଶଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲେ । ସେଠାରେ ସାଂଗଠନିକ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୁତି ବଳବନ୍ତରାୟଙ୍କ ସମେତ ଜିଲ୍ଲା ନାରିନେତ୍ରୀ ବାସନ୍ତୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି, ବାଲିଅନ୍ତା ବ୍ଲକ ବିଜେଡି ସଭାପତି ପ୍ରଦୀପ୍ତ ଜେନାମଣି ଓ ବାଲିପାଟଣା ବ୍ଲକ୍ ବିଜେଡି ସଭାପତି କିଶୋର କୁମାର ଜେନା, ବାଲିଅନ୍ତା ବ୍ଲକ ସହ ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ଦାସ ଓ ବାଲିପାଟଣା ବ୍ଲକ ସହ ନିର୍ବାଚନ ଅଧିକାରୀ ଆଲୋକ କୁମାର ରାୟଙ୍କ ସମେତ ୩୩ ପଞ୍ଚାାୟତର ସଭାପତି ଓ ଜିଲ୍ଲା କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ଥିଲେ । ଏହାପରେ ଅପରାହ୍ଣରେ ଗଡ଼ଶ୍ରୀରାମପୁର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁÂିତ ହୋଇଥିଲା । ବୈଠକରେ ଆସନ୍ତା ୫ତାରିଖରେ ହେବାକୁ ଥିବା ବିଜୁ ଜୟନ୍ତୀ ସମାରୋହ ତଥା ପଞ୍ଚାାୟତିରାଜ ଦିବସକୁ ନେଇ ବିଭିନ୍ନ କାର୍ଯ୍ୟସୂଚୀ ସ୍ଥିର କରାଯାଇଥିଲା । ବିଜୁ ଜୟନ୍ତୀ ଶୋଭାଯାତ୍ରା ତଥା ସଭାରେ ଅଧିକ ସଂଖ୍ୟାରେ ମହିଳା ମଣ୍ଡଳ ଓ ପୁରୁଖା ନେତାଙ୍କ ସମାଗମ ହେବା ଉପରେ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥିଲେ ।
Comments are closed, but trackbacks and pingbacks are open.