ରାଜ୍ୟ ହାଉସିଂ ବୋର୍ଡର ଯୋଜନା:ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ଶସ୍ତା ଘର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରକୁ ଆପଣାଅ । ସବୁ ଜିଲ୍ଲା ମୁଖ୍ୟାଳୟରେ ଶସ୍ତା ଘର ନିର୍ମାଣ ପାଇଁ ଯୋଜନା କର । ଆର୍ଥିକ ଶ୍ରେଣୀର ପଛୁଆବର୍ଗ ଯେଭଳି ଶସ୍ତାରେ ଘର ପାଇପାରିବେ ସେଭଳି ଯୋଜନା ପ୍ରସ୍ତୁତ କର । ରାଜ୍ୟ ହାଉସିଂ ବୋର୍ଡର ବୈଠକରେ ଏ ନେଇ ଆଲୋଚନା ହୋଇଛି ।ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ଇଡବ୍ଲୁଏସ୍ (ଆର୍ଥିକ ଦୁର୍ବଳ ଶ୍ରେଣୀ) ଓ ଏଲ୍ଆଇଜି (କମ୍ ଆୟ ବର୍ଗ) ପାଇଁ ବ୍ୟାପକ ଗୃହନିର୍ମାଣ ପ୍ରକଳ୍ପ ଯୋଜନା କରାଯିବ । ଆଗାମୀ ୫ ବର୍ଷରେ ଏହି ଯୋଜନା କାର୍ଯ୍ୟକାରୀ ପାଇଁ ଯୋଜନା ଓ ଖସଡ଼ା ପ୍ରସ୍ତୁତ କରିବାକୁ ଶ୍ରୀ ମିଶ୍ର ଉପସ୍ଥିତ ଅଧିକାରୀ ଓ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ତିଆରି ଚାଲିଥିବା ଇଡବ୍ଲୁଏସ୍, ଏଲ୍ଆଇଜି ଓ ଅନ୍ୟ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟ ଭିତରେ ସାରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ହାଉସିଂ ବୋର୍ଡରେ ସବୁ ଆବଣ୍ଟିତ ଗ୍ରହୀତାଙ୍କ ଅଭିଯୋଗ ଠିକ୍ ସମୟରେ ସମାଧାନ କରିବା ପାଇଁ ଏକ ନିୟମାବଳୀ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ । ସବୁ ନିଷ୍ପତ୍ତି ସ୍ୱଚ୍ଛତାର ସହ ନେବାକୁ ସେ ଆହ୍ୱାନ ଦେଇଛନ୍ତି । ହାଉସିଂ ବୋର୍ଡରେ ସମସ୍ତ ଫାଇଲ୍ପତ୍ର ଅନଲାଇନ ମାଧ୍ୟମରେ ହେବ ବୋଲି ନିଷ୍ପତ୍ତି ହୋଇଛି । ନିର୍ମାଣଧୀନ ପ୍ରକଳ୍ପର ଅଗ୍ରଗତି ବୋର୍ଡ ୱେବସାଇଟ୍ରେ ପ୍ରକାଶ କରିବାକୁ ମଧ୍ୟ ପଦକ୍ଷେପ ନିଆଯିବ । ହାଉସିଂ ବୋର୍ଡର ସଚିବ, ସ୍କିମ ଅଫିସର ଓ ଅନ୍ୟ କର୍ମଚାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons