ରାମନ୍ଦିର ନିର୍ମାଣ ପାଇଁ ଭୂମି ପୁଜନ ବେଳେ ପୂଜାରେ ବସିଛନ୍ତି ମୋଦି

Get real time updates directly on you device, subscribe now.

ଅଯୋଦ୍ଧା: ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆୟୋଜିତ ହୋଇଥିବା ଭୂମି ପୂଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଭୂମବି ପୂଜା ମଣ୍ଡପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନୀତିକାନ୍ତି କରୁଛନ୍ତି । ତାଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ , ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ରହିଛନ୍ତି । ଭୂମି ପୂଜନ ନୀତିକାନ୍ତି ପରେମୋଦି ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ଏହି ସମୟରେ ସେ ୪୦ କେଜି ଓଜନର ରୂପା ସ୍ଲାବ ପ୍ରତିÂା କରିଥିଲେ । ଓ ବିଧିବଦ୍ଧ ଭାବେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ଦିଲ୍ଲୀରୁ ଅଯୋଦ୍ଧା ଗସ୍ତ କରିଥିବା ମୋଦି ହନୁମାନଗଢ଼ିରେ ପୂଜାର୍ଚ୍ଚନା କରିବା ସହ ରାମଲାଲାଙ୍କ ଦର୍ଶନ କରିଥିଲେ । ଏହାପରେ ପ୍ରସ୍ତାବିତ ମନଦିର ନିର୍ମାଣ ହୋଇଥିବା ସ୍ଥାନରେ ବୃକ୍ଷ ରୋପଣ କରିଥିଲେ । ଏଠାରେ ସେ ପାରିଜାତ ରୋପଣ କରିଛନ୍ତି । ହମୁମାନଗଢ଼ି ନିକଟରେ ମୋଦି ପୂଜା କରୁଥିବା ବେଳେ ତାଙ୍କୁ ରୂପାର ମୁକୁଟ ଦିଆଯାଇଥିଲା । ଏହାକୁ ସେ ପରିଧାନ ମଧ୍ୟ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons