ରାମମନ୍ଦିର ଭୂମିପୂଜା ପାଇଁ ଜିଲ୍ଲା ଉତ୍ସବମୁଖର

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟମନ୍ଦିରର ଭୂମିପୂଜନ ଅବସରରେ ନବରଙ୍ଗପୁର ଜିଲ୍ଲାର ଗାଁଠାରୁ ସହର ଆଜି ଉତ୍ସବ ମୁଖର ହୋଇଉଠିଛି । କେଉଁଠି ଦୀପ ଲଗାଇ ପୂଜାର୍ଚ୍ଚନା କରାଯାଉଛି ତ ଆଉ କେଉଁଠି ଶ୍ରୀରାମଙ୍କ ଫଟୋଚିତ୍ରକୁ ସହର ତମାମ ଟଙ୍ଗା ଯାଇଛି । ଗାଁ ଓ ସହର ସବୁ ଆଡେ ଗେରୁଆ ବାନା ଉଡୁଥିବା ଦେଖିବାକୁ ମିଳିଛି । ୫ ମାସର କରୋନା ଭୟ ଓ ଆତଙ୍କ ଭିତରୁ ଲୋକେ ପଦାକୁ ବାହାରି ଉତ୍ସବ ପାଳନ କରିଛନ୍ତି । ହିନ୍ଦୁ ଏକତା ବାହିନୀ ପକ୍ଷରୁ ମିଠା ବଣ୍ଟନ ହୋଇଥିବା ବେଳେ ଉମରକୋଟ ଠାରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସହରର ସମସ୍ତ ସ୍ଥାନରେ ଗେରୁଆ ବାନା ସହ ପ୍ରଭୁ ଶ୍ରୀମଙ୍କ ଫଟୋ ଲଗାଯାଇଛି । ସେଭଳି ପାପଡାହାଣ୍ଡି ଗାଁର ୨୬ ନଂ ଜାତୀୟ ରାଜପଥର ଉଭୟପାଶ୍ୱର୍ରେ ଗେରୁଆ ବାନା ଲଗାଯିବା ସହିତ ଘରେ ଘରେ ପ୍ରଦୀପ ଜାଳି ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଛି । ଜୟ ଶ୍ରୀରାମଙ୍କ ଧ୍ୱନୀରେ ଜିଲ୍ଲା କମ୍ପି ଉଠିଥିବା ବେଳେ ସବୁଠି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons