ରାମୁଙ୍କ ଥ୍ରୀଲର୍ରେ ଆଉ ଜଣେ ଓଡ଼ିଆ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରଖ୍ୟାତ ନିଦେ୍ର୍ଧଶକ ରାମଗୋପାଳ ବର୍ମା ଓରଫ୍ ରାମୁଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ଥ୍ରୀଲର୍’ରେ ଯୋଡ଼ି ହୋଇଛନ୍ତି ଆଉ ଜଣେ ଓଡ଼ିଆ । ପ୍ରଥମେ ଓଡ଼ିଆ ଝିଅ ଅଭିନେତ୍ରୀ ଅପସରା ରାଣୀ ଅର୍ଥାତ୍ ଅଙ୍କିତା ମହାରଣାଙ୍କୁ ନେଇ ଚର୍ଚ୍ଚାରେ ରହିଥିଲେ ରାମୁ । ଏବେ ତାଙ୍କ ବିପକ୍ଷରେ ନାୟକ ଭାବେ ଜଣେ ଓଡ଼ିଆ ପୁଅଙ୍କୁ ସୁଯୋଗ ଦେଇଛନ୍ତି । ଏହି ଓଡ଼ିଆ ଯୁବ କଳାକାରଙ୍କ ନାଁ ହେଉଛି ରକ୍ କାଚ୍ଚି । ରକ୍ଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରି ଟ୍ୱିଟରରେ ରାମୁ ଏହି ସୂଚନା ଦେଇଛନ୍ତି । ସେଥିରେ ଉଲ୍ଲେଖ କରିଛନ୍ତି, ମୋ ଥ୍ରୀଲରରେ ଡେବୁ୍ୟ କରିବାକୁ ଯାଉଥିବା ରକ୍ ପ୍ରଥମ ଥର ଅଭିନୟରେ ପାଦ ରଖିଛନ୍ତି ।
ରାମୁ ଏହା ବି ଲେଖିଛନ୍ତି, ପ୍ରଥମତଃ ଅପସରା ରାଣୀଙ୍କୁ ଧନ୍ୟବାଦ ଦେବି । ଯାହାଙ୍କ ପାଇଁ ମୁଁ ଓଡ଼ିଶାକୁ ଭଲ ଭାବେ ଜାଣିପାରିଛି । ଏବେ ମୁଁ ଆଉ ଜଣେ ଓଡ଼ିଆ ପ୍ରତିଭାଙ୍କୁ ଆବିଷ୍କାର କରିଛି । ସେ ଅପସରା ରାଣୀଙ୍କ ବିପକ୍ଷରେ ଅଭିନୟ କରିଛନ୍ତି । ଏମାନଙ୍କ ଭଳି ଆହୁରି ଅଧିକ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ଚାହେଁ । ଥ୍ରୀଲର ଫିଲ୍ମର ଦୁଇ ମୁଖ୍ୟ କଳାକାରଙ୍କ ମଧ୍ୟରେ ଅଭିନେତ୍ରୀ ଅପସରା ରାଣୀ ଓଡ଼ିଶାର ରାଉରକେଲାରୁ ଆସିଥିବାବେଳେ ଅଭିନେତା ରକ୍ ନବରଙ୍ଗପୁରରୁ ଆସିଛନ୍ତି । ରାମୁ ଉଭୟଙ୍କ ସୁଟିଂ ସେଟ୍ର ଫଟୋକୁ ପୋଷ୍ଟ କରିଛନ୍ତି । ଯାହା ଅଧିକ ଚର୍ଚ୍ଚା, ଆଲୋଚନା ଲାଗି ଖୋରାକ ଯୋଗାଇଛି ।
ଅଙ୍କିତାରୁ ଅପସରା ନାଁରେ ପରିଚିତ ହୋଇଥିବା ଏହି ନାୟିକା ପୂର୍ବରୁ ରିଲିଜ୍ ହୋଇପାରିନଥିବା ବହୁ ଚର୍ଚ୍ଚିତ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ପିଲାଦିନ ନୟାଗଡ଼ କଣ୍ଟିଲୋରେ କଟିଥିଲାବେଳେ ତାଙ୍କ ମା’ ରାଉରକେଲାର ଏବଂ ବାପା ଭୁବନେଶ୍ୱରର ହୋଇଥିବା ଅପସରା ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ବର୍ତ୍ତମାନ ସେ ହାଇଦ୍ରାବାଦରେ ଅଛନ୍ତି ।
ଅପସରା ଟ୍ୱିଟରରେ ଉଲ୍ଲେଖ କରିଛନ୍ତି, ସମସ୍ତେ ଫଟୋ ଦେଖି ଫିଲ୍ମ ଦେଖିବାକୁ ଉତ୍ସାହିତ ହୋଇପଡ଼ିଥିଲାବେଳେ ମୁଁ ବି ମୋ ରହି ପାରୁନି । ମୁକ୍ତିଲାଭ ପର୍ଯ୍ୟନ୍ତ ଅପେକ୍ଷା କରିପାରୁନି । ସ୍ୱପ୍ନ ପରି ଲାଗୁଛି । ତଥାପି ରକ୍ଙ୍କୁ ଅଭିନୟ ଲାଗି ଶୁଭେଚ୍ଛା ଜଣାଉଛି । ଆମ ପ୍ରତିଭାକୁ ଚିହ୍ନି ଏତେ ବଡ଼ ସୁଯୋଗ ଦେଇଥିବାରୁ ରାମଗୋପାଳ ବର୍ମାଙ୍କୁ ଧନ୍ୟବାଦ ଦେଉଛି । ଆମେ ଫିଲ୍ମରେ କଠିନ ପରିଶ୍ରମ ସହ ନିଜ ପ୍ରତିଭାର ପ୍ରଦର୍ଶନ କରିଛୁ । ଏଥିପାଇଁ ଆମକୁ ସମର୍ଥନ କରିଥିବାରୁ ସମଗ୍ର ଓଡ଼ିଶାବାସୀ ଓ ପିତାମାତାଙ୍କକୁ ଧନ୍ୟବାଦ ଜଣାଉଛି ।
ରକ୍ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି, ରାମଗୋପାଳ ବର୍ମା ଜଣେ ଆଶ୍ଚର୍ଯ୍ୟକର ନିଦେ୍ର୍ଧଶକ, ଯିଏ ମୋତେ ଇଣ୍ଡଷ୍ଟ୍ରି ବିଷୟରେ ବହୁତ କିଛି ଶିଖାଇଛନ୍ତି । ସେଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons