ରାମ ଜେଠମଲାନୀଙ୍କର ପରଲୋକ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦେଶର ଅନେକ ବିବାଦୀୟ ମାମଲା ଲଢ଼ି ସଦାବେଳେ ଚର୍ଚ୍ଚାରେ ରହି ଆସିଥିବା ବରିÂ ଓକିଲ ରାମ ଜେଠମଲାନୀଙ୍କର ରବିବାର ପରଲୋକ ଘଟିଛି । ମୃତୁ୍ୟ ସମୟରେ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ସେ ଅନେକ ଦିନରୁ ରୋଗରେ ପୀଡ଼ିତ ଥିଲେ । ଗତ ୨ ସପ୍ତାହ ହେବ ତାଙ୍କୁ ସ୍ୱତନ୍ତ୍ର ଡାକ୍ତରୀ ତତ୍ୱାବଧାନରେ ରଖାଯାଇଥିଲା । ରବିବାର ସକାଳ ପ୍ରାୟ ୭ଟା ୪୫ ସମୟରେ ତାଙ୍କର ମୃତୁ୍ୟ ହୋଇଥିବା ଜଣାପଡ଼ିଛି ।
ଜେଠମଲାନୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଆଇନ ମନ୍ତ୍ରୀ ଏବଂ ସହରୀ ବିକାଶ ମନ୍ତ୍ରୀ ରହିଥିଲେ । ୨୦୧୦ରେ ସେ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ଆର୍ଜେଡିରୁ ସେ ରାଜ୍ୟସଭା ସାଂସଦ ମଧ୍ୟ ରହିଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପର୍ଯ୍ୟନ୍ତ ଅନେକ ବରିÂ ବ୍ୟକ୍ତିତ୍ୱ ଜେଠମଲାନିଙ୍କ ମୃତୁ୍ୟରେ ଶୋକବ୍ୟକ୍ତ କରିଛନ୍ତି । ମୋଦି ଟୁଇଟ କରି କହିଛନ୍ତି ଯେ, ‘ରାମ ଜେଠମଲାନିଙ୍କ ମୃତୁ୍ୟରେ ଦେଶ ଜଣେ ଖ୍ୟାତନାମା ଓକିଲ ଏବଂ ଜଣେ ପ୍ରତିÂିତ ବ୍ୟକ୍ତିଙ୍କୁ ହରାଇଛି’ । ଅନ୍ୟପକ୍ଷରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଦିଲ୍ଲୀର ଲୋଧିରୋଡ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହୋଇଛି ।
ସୂଚନା ଥାଉ କି, ଜେଠମଲାନୀଙ୍କ ଜନ୍ମ ୧୯୨୩ ମସିହା ସେପ୍ଟେମ୍ବର ୧୪ ତାରିଖରେ ହୋଇଥିଲା । ସେ ଇନ୍ଦିରା ଗାନ୍ଧିଙ୍କ ହତ୍ୟାକାରୀ ସତବନ୍ତ ସିଂହ, ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ଏବଂ ବହୁ ଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଲାଲୁ ଯାଦବଙ୍କ ପାଇଁ ମାମଲା ଲଢ଼ିଥିଲେ । ୨-ଜି ସ୍ପେକ୍ଟ୍ରମ ଘୋଟାଲା, ଆଶାରାମ ବାପୁଙ୍କ ଯୋଧପୁର ଦୁଷ୍କର୍ମ ମାମଲା, ଜୟଲଳିତାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ଭଳି ଚର୍ଚ୍ଚିତ ମାମଲାଗୁଡ଼ିକରେ ମଧ୍ୟ ସେ ଓକିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons