ରାଷ୍ଟ୍ରପତିଙ୍କର ସଫଳ ବାଇପାସ ସର୍ଜରୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଆଜି ନୂଆଦିଲ୍ଲୀର ଏମ୍ସ (ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ)ରେ ବାଇପାସ୍ ସର୍ଜରୀ କରାଯାଇଛି । ଅପେରସନ ସଫଳ ହୋଇଛି ଓ ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି । ଏମ୍ସର ଏକ ବିଶେଷଜ୍ଞ ଡାକ୍ତରୀ ଟିମ୍ ତାଙ୍କର ଏହି ଅପରେସନ କରିଥିଲେ । ଏହି ଟିମ୍ରେ ଓଡ଼ିଆ ଡାକ୍ତର ଅକ୍ଷୟ କୁମାର ବିଶୋଇ ସାମିଲ ଥିଲେ । ୭୫ ବର୍ଷୀୟ ରାଷ୍ଟ୍ରପତି କୋବିନ୍ଦ ଗତ ଶୁକ୍ରବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେନା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତା’ ପର ଦିନ ଅର୍ଥାତ୍ ଶନିବାର ତାଙ୍କୁ ଏମସ୍ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ମାର୍ଚ୍ଚ ୩୦ରେ ବାଇପାସ୍ ସର୍ଜରୀ କରିବା ପାଇଁ ଦିନଧାର୍ଯ୍ୟ କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍ କରି ଏମ୍ସରେ ରାଷ୍ଟ୍ରପତିଙ୍କର ସଫଳତା ପୂର୍ବକ ବାଇପାସ୍ ସର୍ଜରୀ କରାଯାଇଥିବା ସୂଚନା ଦେଇଛନ୍ତି । ସେ ନିଜେ ଏମ୍ସ ନିଦେ୍ର୍ଧଶକଙ୍କ ସହିତ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଅପରେସନରେ ସାମିଲ ଡାକ୍ତରମାନଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ସେ ରାଷ୍ଟ୍ରପତିଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons