ରାଷ୍ଟ୍ରପତିଙ୍କ ସହ ମନ୍ତ୍ରୀ ପ୍ରତାପଙ୍କ ଗାମ୍ବିଆ ଗସ୍ତ

Get real time updates directly on you device, subscribe now.

ନୀଳଗିରି,(ବି.ବି.ନ୍ୟୁଜ୍): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଫ୍ରିକା ମହାଦେଶ ଗସ୍ତରେ ଯାଇଛନ୍ତି । ପଶ୍ଚିମବଙ୍ଗର ଏମ୍ପି ଦିଲୀପ ଘୋଷ ମଧ୍ୟ ଏହି ଦଳରେ ଅଛନ୍ତି । ବେନିନ ଗସ୍ତ ବେଳେ ଉଭୟ ଦେଶ ମଧ୍ୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଥା ଶିଳ୍ପ ନେଇ ଦ୍ୱିପାକ୍ଷିକ ଚୁକ୍ତି ପତ୍ର ସ୍ୱାକ୍ଷର ସରିଛି । ଆଜି ଗାମ୍ବିଆର ରାଜଧାନୀ ବାଂଜୁଲ ଠାରେ ରାଷ୍ଟ୍ରପତି ସ୍ୱାମୀ ନାରାୟଣ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କରି ସେଠାରେ ଭାରତୀୟମାନଙ୍କ ସହ ରାଧାସ୍ୱାମୀ ସତସଙ୍ଗ କେନ୍ଦ୍ରକୁ ଯାଇଥିଲେ । ପରେ ଗାମ୍ବିଆରେ ସୋଲାର ପ୍ରକଳ୍ପ ନିର୍ମାଣ ପାଇଁ ଭାରତ ଚୁକ୍ତି ପତ୍ର ସ୍ୱାକ୍ଷରିତ କରିଥିଲା । ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସୋଲାର ପ୍ରୋଜେକ୍ଟ ସ୍ଥାପନ ବେଶ୍ ସହାୟକ ହେବ ବୋଲି ଆଲୋଚନା କରାଯାଇଥିଲା । ଏହାପରେ ସ୍କିଲ ଡେଭଲପମେଣ୍ଟ ଓ କ୍ଷୁଦ୍ର ଶିଳ୍ପ ଉନ୍ନୟନ ପାଇଁ ଭାରତ ୫ ଲକ୍ଷ ଆମେରିକୀୟ ଡଲାର ବିନିଯୋଗ କରିବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରକୁ ନେଇ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ପାରମ୍ପରିକ କ୍ଷେତ୍ରରେ ହୋମିଓପାଥି ଏବଂ ଔଷଧ ନିର୍ମାଣ ପାଇଁ ଉଭୟ ଦେଶ ମଧ୍ୟରେ ସହଯୋଗ କରିବାକୁ ବୁଝାମଣା ପତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସ୍ୱାକ୍ଷର କରିଥିବା ଜଣାପଡ଼ିଛି । ବିଭିନ୍ନ କ୍ଷେତ୍ରରେ ଭାରତ ଏବଂ ଗାମ୍ବିଆର ବୁଝାମଣା ପତ୍ର ସ୍ୱାକ୍ଷର ପରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇ ପାରିବ ବୋଲି ଆଶା ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons