ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ସକ୍ରିୟ ରାଜନୀତିରେ ପ୍ରବେଶ କରିବେ । ଗତ କିଛିବର୍ଷ ହେଲା ସେ ସମାଜବାଦୀ ପାର୍ଟି (ସପା)ରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ସେ ସପା ନୁହେଁ, ବରଂ ରାଷ୍ଟ୍ରୀୟ ସମାଜ ପକ୍ଷ (ଆରଏସ୍ପି) ଦଳରେ ଯୋଗଦେବେ । ଏହି ସୂଚନା ଦେଇଛନ୍ତି ଆରଏସ୍ପିର ପ୍ରତିଷ୍ଠାତା ତଥା ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ମହାଦେବ ଜନକର । ମହାରାଷ୍ଟ୍ରରେ ବିଜେପି ମେଣ୍ଟ ସରକାରରେ ଆରଏସ୍ପି ସାମିଲ ଅଛନ୍ତି । ଗତକାଲି ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଜନକର କହିଛନ୍ତି ଯେ ଆସନ୍ତା ସେପ୍ଟେମ୍ବର ୨୫ରେ ସଞ୍ଜୟ ବିଧିବଦ୍ଧ ଭାବେ ଦଳରେ ଯୋଗଦେବେ । ସଞ୍ଜୟ ୨୦୦୯ ଲୋକସଭା ନିର୍ବାଚନରେ ଲକ୍ଷେ୍ନø ଆସନରୁ ସପା ପ୍ରାର୍ଥୀ ହୋଇଥିଲେ । କିନ୍ତୁ ଅସ୍ତ୍ରଶସ୍ତ୍ର ଆଇନରେ ସେ ଦଣ୍ଡିତ ହୋଇଥିବାରୁ କୋର୍ଟ ତାଙ୍କ ଦଣ୍ଡାଦେଶ ବାତିଲ କରିବାକୁ ମନା କରି ଦେଇଥିଲେ । ଫଳରେ ସେ ନିର୍ବାଚନରୁ ଓହରି ଯାଇଥିଲେ । ଅନ୍ୟପକ୍ଷରେ ଆରଏସ୍ପିରେ ଯୋଗଦେବା ଖବରକୁ ସଞ୍ଜୟ ଖଣ୍ଡନ କରିଛନ୍ତି ।
Comments are closed, but trackbacks and pingbacks are open.