
ନୟାଗଡ଼: ଫତେଗଡ଼ ଦରଦାରେ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଥିବା ସୂଚନା ମିଳିଛି । ରାସ୍ତା କଡ଼କୁ ଏହି ବସ୍ ଓଲଟି ପଡ଼ିବାରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହାତ ହୋଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ଚୌଧୁରୀ ନାମକ ଏକ ବସ୍ ବ୍ରହ୍ମପୁରରୁ ଯାତ୍ରୀ ନେଇ ନରସିଂହପୁର ଅଭିମୁଖେ ଆସୁଥିଲା । ଏହି ସମୟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ।ତେବେ ସ୍ଥାନୀୟ ଲୋକ ଆହାତ ଯାତ୍ରୀଙ୍କୁ ଖଣ୍ଡପଡ଼ା, ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।


Comments are closed, but trackbacks and pingbacks are open.