କଟକ: ଲକ୍ଡାଉନ୍ରେ ହାତ ବାନ୍ଧି ବସିଛନ୍ତି ବସ ମାଲିକ। କେବଳ ବସ୍ ମାଲିକ କ୍ଷତି ସହି ନାହାନ୍ତି, ତା ସହ ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲପର ସମସ୍ତେ ଜୀବିକା ହରାଇଛନ୍ତି। ମାର୍ଚ୍ଚ ୨୨ ରୁ ଲକ୍ଡାଉନ ଘୋଷଣା ହୋଇଥିଲା । ସେବେଠୁ ବସ କର୍ମଚାରୀ ମାନେ ରୋଜଗାର ହରାଇଛନ୍ତି।
କଟକ ମୋଟର କର୍ମଚାରୀ ସଙ୍ଘର କହିବା ଅନୁସାରେ ଲକଡାଉନ୍ ଯୋଗୁଁ ପ୍ରାୟ ୪୫ହଜାର ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ବେରୋଜଗାର ହୋଇ ପଡିଛନ୍ତି। ଏପରି ସ୍ଥିତିରେ ଏମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଦାବି କରି ଶନିବାର କଟକ ପାଲାମଣ୍ଡପ ନିକଟରେ କଟକ ମୋଟର କର୍ମଚାରୀ ସଙ୍ଘ ବିକ୍ଷୋଭ ପ୍ରଦର୍ଶନ କରିଛି।
Comments are closed, but trackbacks and pingbacks are open.