
କିଶୋରନଗର,(ବି.ବି.ନୁ୍ୟଜ): ରାସ୍ତାରେ ଅଚେତ ଅବସ୍ଥାରେ ପଡିଥିବା ଜଣେ ବାଇକ୍ ଆରୋହୀଙ୍କ ସାଷ୍ଟମ୍ କରିବା ସହ ତାଙ୍କ ନିକଟରୁ ମିଳିଥିବା ୮ ଲକ୍ଷ ୮୮ ହଜାର ଟଙ୍କା ଫେରାଇ ମାନବିକତାର ପରିଚୟ ଦେଇଛନ୍ତି କଟକ ଜିଲ୍ଲା ୭ ନମ୍ବର ଜୋନ୍ର ଜିଲ୍ଲାପରିଷଦ ସଦସ୍ୟ ବିଳାସ ମଲ୍ଲିକ । ଶ୍ରୀ ମଲ୍ଲିକଙ୍କ ସଚ୍ଚୋଟପଣିଆକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଗୋବର୍ଦ୍ଧନପୁରର ଗୋପୀନାଥ ଦାସ(୫୦) ତାଙ୍କ ବାଇକ୍ ଡିକିରେ ୮ ଲକ୍ଷ ୮୮ ହଜାର ଟଙ୍କା ଧରି ଆଜି ମଧ୍ୟାହ୍ନରେ ବାଇକ୍ରେ କୁଜଙ୍ଗରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । କଟକ-ପାରାଦୀପ ରାସ୍ତା କମରପଦା ନିକଟରେ କୌଣସି କାରଣରୁ ସେ ଚେତାଶୂନ୍ୟ ହୋଇ ରାସ୍ତାରେ ପଡି ଯାଇଥିଲେ । ଏହି ସମୟରେ ଉକ୍ତ ରାସ୍ତାର ବିପରୀତ ପାଶ୍ୱର୍ରେ କଟକରୁ ପାରାଦୀପ ଅଭିମୁଖେ କାର୍ରେ ଯାଉଥିବା କଟକ ଜିଲ୍ଲା ୭ ନମ୍ବର ଜୋନ୍ର ଜିଲ୍ଲାପରିଷଦ ସଦସ୍ୟ ବିଳାସ ମଲ୍ଲିକ ଅଚେତ ଅବସ୍ଥାରେ ଜଣେ ବ୍ୟକ୍ତି ପଡ଼ିଥିବା ଦେଖି ତତ୍କ୍ଷଣାତ ଓହ୍ଲାଇ ଗୋପୀନାଥଙ୍କୁ ଉଦ୍ଧାର କରିବା ସହିତ ପାଣିମାରି ସାଷ୍ଟାଙ୍ଗ କରିଥିଲେ । ଗୋପୀନାଥ ବାଇକ୍ରୁ ପଡିଯିବାରୁ ଡିକିରେ ଥିବା ଟଙ୍କା ମଧ୍ୟ ରାସ୍ତାରେ ବିଛାଡି ହୋଇ ପଡିଥିଲା । ଶ୍ରୀ ମଲ୍ଳିକ ଟଙ୍କାଗୁଡିକୁ ଏକାଠି କରି କିଶୋରନଗର ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚô ଯୁବକଙ୍କଠାରୁ ତାଙ୍କ ପରିବାର ସଦସ୍ୟଙ୍କ ଫୋନ୍ ନମ୍ବର ସଂଗ୍ରହ କରି ଘରକୁ ଖବର ଦେଇଥିଲେ । ଖବର ପାଇ ଗୋପୀନାଥଙ୍କ ପତ୍ନୀ ଏବଂ ପୁତୁରା ସେଠାରେ ପହଞ୍ଚôଥିଲେ । ପୁଲିସ, ପରିବାର ସଦସ୍ୟ ଏବଂ ଜିଲ୍ଲାପରିଷଦ ସଦସ୍ୟଙ୍କ ଉପସ୍ଥତିରେ ଟଙ୍କା ଗଣତି କରାଯିବାରୁ ସେଥିରେ ୮ ଲକ୍ଷ ୮୮ ହଜାର ଟଙ୍କା ଥିବା ଜଣାପଡିଥିଲା । ପରେ ପୁଲିସ ପରିବାର ସଦସ୍ୟଙ୍କଠାରୁ ଏକ ଲେଖା ରଖିବା ପରେ ତାଙ୍କୁ ଏହି ଟଙ୍କା ଫେରସ୍ତ ଦିଆଯାଇଥିଲା । ପରିବାର ସଦସ୍ୟ ଗୋପୀନାଥଙ୍କ ସହିତ ଟଙ୍କା ଧରି ପୁଣି କୁଜଙ୍ଗ ଅଭିମୁଖେ ଫେରି ଯାଇଥିଲେ । ପ୍ରଚଣ୍ଡ ରୌଦ୍ରତାପ ସହ୍ୟ କରିନପାରି ସେ ରାସ୍ତାରେ ଅଚେତ ହୋଇ ପଡି ଯାଇଥିବା ସନେ୍ଦହ କରାଯାଉଛି । ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମଲିକଙ୍କ ସହିତ ଧରିଣା ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ପ୍ରଧାନ ଓ ଥାନା ଅଧିକାରୀ ବାମଦେବ ସ୍ୱାଇଁଙ୍କ ଉପସ୍ଥିତିରେ ସବୁକିଛି କାର୍ଯ୍ୟ କରାଯାଇଥିଲା । ଜିଲ୍ଲା ପରିଷଦ ସଭ୍ୟଙ୍କ ମାନବିକତା ଓ ସଚ୍ଚୋଟ ପଣିଆକୁ କଟକ ସଦର ବ୍ଲକ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।


Comments are closed, but trackbacks and pingbacks are open.