ରାସ୍ତାରେ ଗାଡ଼ି ଚାଳକଙ୍କ ମତ ଲୋଡ଼ିଲେ ନିରଞ୍ଜନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଆନେ୍ଦାଳନକୁ ଓହ୍ଲାଇଛି । ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ପ୍ରତିବାଦ କରିଛନ୍ତି । ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ ।
ଭୁବନେଶ୍ୱରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସ ପକ୍ଷରୁ ତୈଳ ଦର ବୃଦ୍ଧି ପ୍ରତିବାଦରେ ଧାରଣା ଦିଆଯାଇଥିଲା । ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ଅଭିନବ ଢଙ୍ଗରେ ରାସ୍ତାରେ ଚଳାଚଳ କରୁଥିବା ଗାଡ଼ି ଚାଳକଙ୍କ ସହ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ କଥା ହୋଇଥିଲେ । ବିଶେଷକରି କର୍ମଜୀବୀ, ମହିଳା, ଅଟୋ ଚାଳକଙ୍କ ସହ କଥା ହୋଇଥିଲେ ନିରଞ୍ଜନ । ତେଲ ଦର ବୃଦ୍ଧି କିଭଳି ସେମାନଙ୍କ ଜୀବନକୁ ପ୍ରଭାବିତ କରୁଛି, ସେମାନଙ୍କ ମତ ବୁଝିଥିଲେ ।
ଶେଷରେ କଂଗ୍ରେସ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ରାଷ୍ଟ୍ରପତି ହସ୍ତକ୍ଷେପ କରିବାକୁ କଂଗ୍ରେସ ଦାବି କରିଛି ।
ଧାରଣାରେ କଂଗ୍ରେସର ବରିÂ ନେତା ଜୟଦେବ ଜେନା, ପ୍ରଦୀପ ମାଝୀ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ସେଠୀ, ରାମଚନ୍ଦ୍ର ଖୁଣ୍ଟିଆ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ ପ୍ରମୁଖ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons